ଅନ୍ତର୍ଜାତୀୟଜାତୀୟ
ଜେଲଂସ୍କିଙ୍କୁ ସାଙ୍ଗରେ ଧରି କିଭ ସଡକରେ ବୁଲିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍, ନାଗରିକଙ୍କ ସହ କଥା ହେଲେ
କିଭ୍() ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ଏବେ କିଭ ଗସ୍ତରେ ଅଛନ୍ତି। ଶନିବାର ଯୁଦ୍ଧ ବିଧ୍ୱଂସ୍ତ ୟୁକ୍ରେନରେ ପହଞ୍ଚିବା ପରେ ପ୍ରଥମେ ରାଷ୍ଟ୍ରପତି ଭୋଲ୍ଡେମୀର ଜେଲଂସ୍କିଙ୍କୁ ଭେଟିଥିଲେ। ତେବେ ସେ କିଭରେ ଅବସ୍ଥାନ କରିଥିବା ବେଳେ ରବିବାର ଜେଲଂସ୍କିଙ୍କୁ ଧରି କିଭ ରାଜରାସ୍ତାରେ ବୁଲିଛନ୍ତି। ଏହି ଅବସରରେ ସେ ନାଗରିକଙ୍କୁ ଭେଟିବା ସହ ସେମାନଙ୍କ ସାଙ୍ଗେ କଥାବାର୍ତ୍ତା ହୋଇ ହାଲଚାଲ ମଧ୍ୟ ପଚାରି ବୁଝିଛନ୍ତି।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରଠାରୁ କୌଣସି ବିଦେଶୀ ନେତାଙ୍କ କିଭ ଆଗମନର ଏହା ପ୍ରଥମ ଘଟଣା। ବୋରିଶ ଜନସନ ଏଠାରେ ରାତ୍ରି ଯାପନ କରିବା ସହ ସକାଳେ ରାସ୍ତାରେ ବୁଲି ହାଲଚାଲ ଦେଖିଛନ୍ତି। ୟୁକ୍ରେନ ରାଜଧାନୀରୁ ବାହାରୁଥିବା ନାଗରିକଙ୍କ ଶବକୁ ଦେଖି ଏହା ସବୁ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ଛବିକୁ ଖରାପ କରିଥିବା କହିଛନ୍ତି ବୋରିଶ। ସେ କହିଛନ୍ତି ଯେ ପୁଟିନ ଦୁନିଆକୁ ମିଛ କହୁଛନ୍ତି।
At a handshake distance. @BorisJohnson and @ZelenskyyUa walked through the center of Kyiv and talked to ordinary Kyivans. This is what democracy looks like. This is what courage looks like. This is what true friendship between peoples and between nations looks like. pic.twitter.com/ZcdL6NqNp2
— Defence of Ukraine (@DefenceU) April 9, 2022