ଜାତୀୟ

ପୁଣି CPIM ସାଧାରଣ ସମ୍ପାଦକ ମନୋନୀତ ହେଲେ ସୀତାରାମ ୟେଚୁରୀ, ଏଥରକୁ ମିସାଇ ହେଲେଣି ୩ଥର

କୁନ୍ନୁର() ବରିଷ୍ଠ ନେତା ସୀତାରାମ ୟେଚୁରୀ ରବିବାର ଲଗାତାର ତୃତୀୟବାର ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ)ର ସାଧାରଣ ସମ୍ପାଦକ ମନୋନୀତ ହୋଇଛନ୍ତି। ୬୯ ବର୍ଷିୟ ବୟୋଜ୍ୟେଷ୍ଠ ନେତା ଗତ ୨୦୧୫ ମସିହାରୁ ଏହି ପଦବୀ ଅଳଙ୍କୃତ କରିଆସୁଛନ୍ତି। ତାଙ୍କ ପୂର୍ବରୁ ପ୍ରକାଶ କରାଟ ସାଧାରଣ ସମ୍ପାକ ଦାୟିତ୍ୱ ତୁଲାଉଥିଲେ। କରାଟ ମଧ୍ୟ ୨୦୦୫ରୁ ୨୦୧୫ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ଥିଲେ।

ଏପ୍ରିଲ ୨୦୧୫ରେ ଅନୁଷ୍ଠିତ ୨୧ ତମ ପାର୍ଟି କଂଗ୍ରେସରେ ପ୍ରଥମଥର ୟେଚୁରୀଙ୍କ କାନ୍ଧରେ ପାର୍ଟିର ଭାର ଦିଆଯାଇଥିଲା। ସାଧାରଣ ସମ୍ପାଦକ ଭାବେ ପାର୍ଟିର ଦାୟିତ୍ୱ ତୁଲାଇବା ପରଠାରୁ ଏପର୍ଯ୍ୟନ୍ତ ଲଗାତାର ୩ ଥର ଦଳର ଦାୟିତ୍ୱ ନିର୍ବାହ କରି ଚାଲିଛନ୍ତି। ଦ୍ୱିତୀୟବାର ହାଇଦ୍ରାବାଦରେ ଅନୁଷ୍ଠିତ ୨୨ ତମ ପାର୍ଟି କଂଗ୍ରେସରେ ତାଙ୍କୁ ସର୍ବ ସମ୍ମତ ସାଧାରଣ ସମ୍ପାଦକ ମନୋନୀତ କରାଯାଇଥିଲା। ୨୩ତମ ପାର୍ଟି କଂଗ୍ରେସ କେରଳର କନ୍ନୁରରେ ଅନୁଷ୍ଠିତ ହେଉଥିବା ବେଳେ ପାର୍ଟି ପୁଣି ଥରେ ୟେଚୁରୀଙ୍କ ଉପରେ ଆସ୍ଥା ସ୍ଥାପନା କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com