ଓଡ଼ିଶା

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି

ଭୁବନେଶ୍ୱର () କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଜାରି ହୋଇଛି ଆରେଷ୍ଟ ୱାରେଣ୍ଟ। ଜାତୀୟ ଅନୁସୂଚିତ ଜନଜାତି କମିଶନ ନିଜ ସାମ୍ବିଧାନିକ କ୍ଷମତାକୁ ପ୍ରୟୋଗ କରି ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜନଜାତି ଉତ୍ପୀଡ଼ନ ସଂପର୍କିତ ବିଭିନ୍ନ ମାମଲାରେ ହାଜର ହେବା ପାଇଁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ ନୋଟିସ୍ ଦେଇଥିଲେ। କିନ୍ତୁ ଜିଲ୍ଲାପାଳ ହାଜର ନହେବାରୁ କମିଶନ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି।

ଏପ୍ରିଲ ୧୩ ତାରିଖ ସକାଳ ୧୧ଟା ମଧ୍ୟରେ ଜିଲ୍ଲାପାଳ ଶ୍ରୀ ଠାକରେଙ୍କୁ କମିଶନଙ୍କ ନିକଟରେ ହାଜର କରାଇବାକୁ ଡିଜିପି ସୁନୀଶ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରା ନଗଲେ, ତା’ର କାରଣ ସଂପର୍କରେ ୧୩ ତାରିଖ ସୁଦ୍ଧା ଜଣାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com