Featuredଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟଶିକ୍ଷା

’ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସ୍ଥାନ ଓଡ଼ିଶା ଇତିହାସରେ ସ୍ୱତନ୍ତ୍ର’

ବାଲେଶ୍ୱର ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ବାଲେଶ୍ୱର ଫକୀରମୋହନ ବିଶ୍ଵବିଦ୍ୟାଳୟର ୨୫ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ ବରଂ ଅବିଭକ୍ତ ବାଲେଶ୍ୱରବାସୀଙ୍କ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ, ଆବେଗ, ସ୍ଵପ୍ନ ଓ ନିଷ୍ଠାର ଏକ ଜୀବନ୍ତ ସୌଧ ବୋଲି ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ।

ବିଶ୍ୱବିଦ୍ୟାଳୟର ୨୫ତମ ସ୍ଥାପନା ଦିବସ ଓ ରଜତ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସ୍ଥାନ ଓଡ଼ିଶା ଇତିହାସରେ ସ୍ୱତନ୍ତ୍ର। ଅନେକ ମହାମନିଷୀଙ୍କୁ ଜନ୍ମ ଦେଇ ଏହି ଜିଲ୍ଲା ଉତ୍କଳ ଜନନୀଙ୍କର ମୁଖ ଉଜ୍ଜ୍ୱଳ କରିଛି। ପୁରୀ ଗୋବର୍ଦ୍ଧନ ପୀଠର ପୂର୍ବତନ ଶଙ୍କରାଚାର୍ଯ୍ୟ, ଭାଗବତର ଆଦି-ଟିକାକାର ଶ୍ରୀଧର ସ୍ୱାମୀ, ଭକ୍ତକବି ଦୀନକୃଷ୍ଣ ଦାସ, କବିବର ରାଧାନାଥ ରାୟ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିଶେଖର ଚିନ୍ତାମଣି ମହାନ୍ତି, ଜାତୀୟ କବି ବାଞ୍ଚାନିଧି ମହାନ୍ତି ଏବଂ ସର୍ବୋପରି ସେହି ମହାନ କବି, ଲେଖକ, ଗାଳ୍ପିକ ଓ ପ୍ରାବନ୍ଧିକ, ଯାହାଙ୍କ ନାମରେ ଏହି ବିଶ୍ୱବିଦ୍ୟାଳୟ ନାମିତ; ସେହି ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି କହିଛନ୍ତି ମନ୍ତ୍ରୀ।

ସେହିପରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଏକ ଆକର୍ଷଣୀୟ ଅନୁଷ୍ଠାନ। ଜାତୀୟ ଶିକ୍ଷା ନୀତିର ଆହ୍ଵାନରେ ଏହି ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଦେଶ-ମାତୃକା ଲାଗି ସମର୍ପିତ ହେବା ପାଇଁ ପ୍ରେରଣା ଦେବ। ଭାରତକୁ ଜ୍ଞାନର ବିଶ୍ୱ ଗୁରୁ ଭାବରେ ପରିଣତ କରିବା ଏହି ଶିକ୍ଷା ନୀତିର ଲକ୍ଷ୍ୟ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com