ଭଦ୍ରକ() ଯୁବ ବିଜୁ ଜନତା ଦଳର ପୌରାଞ୍ଚଳ ଉପସଭାପତିଙ୍କୁ ଆକ୍ରମଣ ଘଟଣା । ଆଗାମୀ ୫ ଦିନ ଭିତରେ ଅଭିଯୁକ୍ତଙ୍କୁ ଗିରଫ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବିଜୁ ଯୁବ ଛାତ୍ର ଜନତା ଦଳ ସହ କାଉନ୍ସିଲର ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ପୁରୁଣାବଜାର ଅଞ୍ଚଳରେ ଭଦ୍ରକ ପୌରାଞ୍ଚଳ ଯୁବ ବିଜୁ ଜନତା ଦଳର ଉପସଭାପତି ସେକ ସାଜନଙ୍କୁ ଆକ୍ରମଣ ହୋଇଥିଲା । କେତେକ ଅଜଣା ଅସାମାଜିକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଲିଖିତ ଭାବେ ଏତଲା ଦିଆଯାଇଥିଲା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ନଥିବାରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନେ ଭଦ୍ରକ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଆଗାମୀ ୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନଗଲେ, ରାଜରାସ୍ତାକୁ ଓହ୍ଲାଇବା ସହ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
Back to top button