କ୍ରୀଡ଼ା

ଟି୨୦ ବିଶ୍ୱକପରୁ ବାଦ୍ ପଡିବେ ଚହର ! ଆହତ ହେଲା ପରେ ବଢିଲା ସସପେନ୍ସ

ମୁମ୍ବାଇ() ଭାରତୀୟ ଟି-ଟ୍ୱେଣ୍ଟି ଦଳର ପ୍ରମୁଖ ପେସ୍‌ ବୋଲର ତଥା ଚେନ୍ନାଇ ସୁପର କିଙ୍ଗ୍‌ସ ଆଇପିଏଲ୍‌ ଦଳର ସଦସ୍ୟ ଦୀପକ ଚହର ଆଗାମୀ ୪ ମାସ ପର୍ଯ୍ୟନ୍ତ କ୍ରିକେଟ୍‌ ମଇଦାନକୁ ଫେରିପାରିବେ ନାହିଁ । ଏପରିକି ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବେଳକୁ ସେ ଫିଟ୍‌ ହେବା ନେଇ ଆଶଙ୍କା ରହିଛି ।

ଏଥର ଆଇପିଏଲ୍‌ ମେଗା ନିଲାମରେ ସୁପରକିଙ୍ଗ୍‌ସ ଦୀପକଙ୍କୁ ୧୪କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ସେତେବେଳେ ଦୀପକ ଆହତ ଥିଲେ। ତାଙ୍କ ଡାହାଣ ଜଙ୍ଘ ସମ୍ମୁଖ ଭାଗ ମାଂସ ପେଶୀରେ ଆଘାତ ଲାଗିଥିଲା । ଚଳିତ ମାସ ଶେଷ ସୁଦ୍ଧା ସେ ଫିଟ୍‌ ହୋଇ ଆଇପିଏଲ୍‌କୁ ଫେରିବେ ବୋଲି ଆଶା କରାଯାଉଥିଲା । ଜାତୀୟ କ୍ରିକେଟ୍‌ ଏମାଡେମୀରେ ସେ ଚିକିତ୍ସିତ ହେଉଥିଲେ । କିଛି ଦିନ ତଳେ ସେ ପୁଣି ଆହତ ହୋଇଛନ୍ତି । ତାଙ୍କ ପିଠିରେ ଯନ୍ତ୍ରଣା ରହିଛି । ଆଘାତ ଗୁରୁତର ରହିଛି ଓ ଫିଟ୍‌ ହେବା ପାଇଁ ତାଙ୍କୁ ଅତି କମ୍‌ରେ ୪ମାସ ସମୟ ଲାଗିବ ।

Related Articles

Back to top button
WP Twitter Auto Publish Powered By : XYZScripts.com