ଜାତୀୟ

ଯନ୍ତ୍ରଣାରେ ଛଟପଟ ହେଉଥିବା ମାଙ୍କଡ଼ ଗର୍ଭରୁ ମୃତ ଛୁଆକୁ ବାହାର କରି ଜୀବନ ବଞ୍ଚାଇଲେ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ() ଉତ୍ତରପ୍ରଦେଶର ଜଣେ ପୁଲିସ କର୍ମଚାରୀ ମାନବିକତାର ଏପରି ଉଦାହରଣ ସୃଷ୍ଟି କରିଛନ୍ତି, ଯେଉଁଥିପାଇଁ ପୁଲିସ କର୍ମଚାରୀଙ୍କୁ ସର୍ବତ୍ର ପ୍ରଶଂସା କରାଯାଉଛି । ବାସ୍ତବରେ ଏହି ପୁଲିସ ମାଙ୍କଡ଼ର ଗର୍ଭରେ ଫସି ରହିଥିବା ମୃତ ଶିଶୁକୁ ବାହାର କରି ମାଙ୍କଡ଼କୁ ଯନ୍ତ୍ରଣାରୁ ଆରାମ ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଆସିଛି। ଫତେହପୁର ପୁଲିସ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ଏହି ଘଟଣାର ଭିଡିଓ ପୋଷ୍ଟ କରିଛି।

ଭିଡିଓରେ ଆପଣ ଦେଖିପାରିବେ ଯେ ପ୍ରଥମେ ଡ୍ରେନ୍‌ରେ ପୀଡିତ ମାଙ୍କଡ଼ ପାଖକୁ ପୁଲିସକର୍ମଚାରୀ ଯାଉଛନ୍ତି। ଏହାପରେ ସେ ମାଙ୍କଡ଼ର ଗର୍ଭରେ ଫସି ରହିଥିବା ମୃତ ଛୁଆକୁ ବାହାର କରୁଛନ୍ତି। ଏହି ସମୟରେ ବିନୋଦ କୁମାର ମାଙ୍କଡ ଯନ୍ତ୍ରଣାର ମଧ୍ୟ ଧ୍ୟାନ ରଖିଥିଲେ। ସେ ଯତ୍ନ ସହକାରେ ମାଙ୍କଡ଼ ଗର୍ଭରୁ ଛୁଆକୁ ବାହାର କରିଥିଲେ।| ଭିଡିଓରେ ଆପଣ ବିନୋଦ କୁମାରଙ୍କ ହୃଦୟସ୍ପର୍ଶୀ କାମକୁ ସ୍ପଷ୍ଟ ଭାବେ ଦେଖିପାରିବେ । ମାଙ୍କଡ଼ର ଜୀବନ ରକ୍ଷା କରିବା ପରେ ସେ ଧୀରେ ଧୀରେ ସେଠାରୁ ଚାଲିଯାଇଥିଲେ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଉକ୍ତ ପୁଲିସ କର୍ମଚାରୀଙ୍କ କାମକୁ ଭୁରିଭୁରି ପ୍ରଶଂସା କରାଯାଉଛି। ଲୋକମାନେ ପୁଲିସ କର୍ମଚାରୀଙ୍କୁ ବହୁତ ଆଶୀର୍ବାଦ ମଧ୍ୟ ଦେଉଛନ୍ତି |

Related Articles

Back to top button