ଓଡ଼ିଶା

ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ଉତ୍ସବ ଦ୍ୱାରା ଅନୁପ୍ରାଣିତ ସ୍ୱତନ୍ତ୍ର ସମ୍ଭାର ସହିତ ରଜ ପର୍ବ ପାଳନ

ଭୁବନେଶ୍ୱର :ଭାରତର ଅଗ୍ରଣୀ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ରଜ ପର୍ବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ଗହଣା ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସ୍ୱତନ୍ତ୍ର ସମ୍ଭାର ଜରିଆରେ ରିଲାଏନ୍ସ ଜୁଏଲସ୍ ସେହି ସ୍ୱତନ୍ତ୍ର ଚମକକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ଯାହା ନାରୀମାନେ ନିଜ ସହ ଆଣିଥାନ୍ତି। ଓଡ଼ିଶାର ପରମ୍ପରା, ପସନ୍ଦ ଓ ପ୍ରାଥମିକତା ଅନୁସାରେ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଏହି ସୁନ୍ଦର ଭାବେ କରାଯାଇଥିବା ଉତ୍ସବ ସମ୍ଭାରରେ ସୁନା ନେକ୍‌ଲେସ୍ ସେଟ୍ ଓ ସୁନା ଏବଂ ହୀରା ଅକେଜନ୍ ଓୟାର ଇୟର ରିଙ୍ଗର ଉନ୍ମୋଚନ ସହ ଏହି ଉତ୍ସବକୁ ପାଳନ କରାଯାଉଛି ।

ଏହି ସମ୍ଭାରର ଡିଜାଇନ୍‌ଗୁଡ଼ିକ ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପ୍ରରିପ୍ରକାଶ କରୁଛି ଏବଂ ରଜ ପର୍ବ ପାଳନକୁ ସ୍ମରଣୀୟ କରିବା ପାଇଁ ସୂକ୍ଷ୍ମ କାରିଗରୀ ସହିତ ତାହାକୁ ସମ୍ମିଳିତ କରିଛି। ଏହି ସମ୍ଭାରର ଉଦ୍ଦେଶ୍ୟ ହେଉଛି ସମାଜର ଲୋକମାନଙ୍କୁ ଏକତ୍ରୀତ କରିବା ଓ ରଜର ଉଲ୍ଲାସକୁ ପାଳନ କରିବା। ଉତ୍ସବର ପ୍ରକୃତ ଅର୍ଥକୁ ବୁଝାଇବା ଓ ଅନ୍ୟମାନଙ୍କ ସହ ତାହାକୁ ପାଳନ କରିବା ବିଷୟକୁ ମନେ ପକାଇବା ଲାଗି ପ୍ରତିଟି ଗହଣାକୁ ଯତ୍ନର ସହିତ ପ୍ରସ୍ତୁତ କରା ଯାଇଛି।

ରଜ ପାଇଁ ସ୍ୱତନ୍ତ୍ର କାରିଗରୀରେ ତିଆରି ହୋଇଥିବା ସୁନା ଗହଣା ସମ୍ଭାର ୨୨ କ୍ୟାରେଟ୍ ସୁନା ନେକ୍‌ଲେସ୍ ସେଟ୍ ଓ ସୁନ୍ଦର ଅକେଜନ୍ ଓୟାର ଇୟରରିଙ୍ଗ୍, ସୁନା ଓ ହୀରାରେ ସୂକ୍ଷ୍ମ ଡିଜାଇନ ସହିତ ଉପଲବ୍ଧ ହୋଇଛି। ଉତ୍ସବରେ ପିନ୍ଧିବା ଲାଗି ଏହି ଗହଣାଗୁଡ଼ିକ ବେଶ ଉପଯୁକ୍ତ। ନୂଆ ଉନ୍ମୋଚନ ହୋଇଥିବା ଗହଣା ସମ୍ଭାର ସହିତ ଓଡ଼ିଶାରେ ରହିଥିବା ରିଲାଏନ୍ସ ଜୁଏଲସ୍‌  ’ଶୋ ରୁମ୍‌ଗୁଡ଼ିକରେ ବ୍ୟାପକ ପାରମ୍ପରିକ ଗହଣା ସମ୍ଭାର ଓ ଆକର୍ଷଣୀୟ ହୀରା ଡିଜାଇନ୍‌ର ବର୍ଗମାଳା ଉପଲବ୍ଧ ରହିଛି ।

ସାରା ଓଡ଼ିଶାରେ ରହିଥିବା ରିଲାଏନ୍ସ ଜୁଏଲସ୍ ଶୋ ରୁମ୍‌ଗୁଡ଼ିକରେ ୨୦୨୨ ଜୁନ୍ ୧୪ରୁ ୧୯ ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯାଉଛି । ଏଥିପାଇଁ ଗ୍ରାହକମାନେ ପ୍ରତି ୭ ଗ୍ରାମର ସୁନା ଗହଣା ଓ ପ୍ରତି ୭୦୦୦ ଟଙ୍କାର ହୀରା ଗହଣା କିଣାକିଣି ଉପରେ ରଜ ସ୍ୱତନ୍ତ୍ର ଅଫରରେ ମାଗଣା ସୁନା କଏନ୍ ପାଇ ପାରିବେ (ସର୍ତାବଳୀ ଲାଗୁ)। ରିଲାଏନ୍ସ ଜୁଏଲସ୍‌ର ସାରା ଓଡ଼ିଶାରେ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ଅନୁଗୁଳ, ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ଭଦ୍ରକରେ ଏହି ଭଳି ୧୦ଟି  ଶୋ ରୁମ୍ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com