ଓଡ଼ିଶା

କିରୋସିନି ଢାଳି ବୋହୁକୁ ହତ୍ୟା କଲେ ଶାଶୂ ଘର ଲୋକେ

ଚାନ୍ଦବାଲି() ବଧୂ ହତ୍ୟା ଅଭିଯୋଗ । ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଗୋପୀନାଥପୁର ପଞ୍ଚାୟତ ବାଲିପଦା ଗାଁରୁ ଆସିଛି ଏଭଳି ଏକ ଖବର । ସସ୍ୱାମୀ ଓ ଶାଶୁ ଘର ଲୋକ ମିଶି ମାଳତୀ ବିଶ୍ୱାଳଙ୍କୁ କିରୋସିନି ଢାଳି ମାରି ଦେଇଥିବା ଅଭିଯୋଗ ଆସିଛି । ମାଳତୀଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ୨୦୧୪ ମସିହାରେ ବାଲିପଦ ଗାଁର ବାଇଧର ବିଶ୍ୱାଳଙ୍କ ଝିଅ ମାଳତି ବିଶ୍ୱାଳ ସେହି ଗାଁର ପ୍ରଫୁଲ ବେହେରାଙ୍କ ପୁଅ ହୃଷିକେଶ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଆରମ୍ଭ ହୋଇଯାଇଥିଲା ପାରିବାରିକ ବିବାଦ । ମାଳତୀଙ୍କ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଚାଲିଥିଲେ । ଏବେ ତାଙ୍କୁ କିରୋସିନ ଢାଳି ହତ୍ୟା ଉଦ୍ୟମ କରିଥିଲେ । ମାଳତୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉିଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ବାଁଶଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ମାଳତୀଙ୍କ ଶ୍ୱଶୁର ଘରେ ବାଂଶଡ଼ା ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟ ପୋଲିସ ଏକ ମାମଲା ରୁଜୁ କରି ମାଳତୀଙ୍କ ସ୍ୱାମୀ ହୃଷିକେଶ ବେହେରାଙ୍କୁ ଅଟକ ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com