ଜାତୀୟରାଜନୀତି

ପ୍ରତିଶୋଧ ପରାୟଣ ହୋଇ ୧୦ଜଣଙ୍କୁ ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ

କୋଲକାତା: ରାଜନୈତିକ ହିଂସାରେ ଜୀଅନ୍ତା ଦଗ୍ଧ ହୋଇଯାଇଛନ୍ତି ୧୦ଜଣ । ପ୍ରତିଶୋଧ ନେବାକୁ ଯାଇ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଘଟଣାଟି ହେଉଛି ପଶ୍ଚିମବଙ୍ଗ ବୀରଭୂମ ରାମପୁରର ଯେଉଁଠି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ହିଂସା ହୋଇଛି । ଏବଂ ହିଂସାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି  । ସେମାନଙ୍କୁ ଜୀଅନ୍ତା ଜଳାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ବୀରଭୂମ ରାମପୁର ହାଟ ୧ ନମ୍ୱର ବ୍ଲକ୍ ବଡ଼ସାଲ ଗ୍ରାମ ଉପ-ପଞ୍ଚାୟତ ପ୍ରଧାନ ଭାଦୁ ଶେଖଙ୍କୁ ଗତକାଲି ରାତିରେ ତାଙ୍କ ଘର ନିକଟ ଏକ ଦୋକାନରେ ଚା’ ପିଉ ଥିବା ବେଳେ ଦୁଇଟି ମୋଟର ସାଇକେଲରେ ୪ ଜଣ ଦୁର୍ବୃତ୍ତ ଅଚାନକ ଆସି ବୋମାମାଡ଼ କରିଥିଲେ  । ଘଟଣାସ୍ଥଳରେ ଭାଦୁ ଶେଖଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ ଶେଖଙ୍କ ସମର୍ଥକ ।

ଏହି ଘଟଣାରେ ଉତ୍ତ୍ୟକ୍ତ ହୋଇ ମୃତ ଉପ-ପଞ୍ଚାୟତ ପ୍ରଧାନ ଭାଦୁ ଶେଖଙ୍କ ସମର୍ଥକମାନେ ଗାଁରେ ଅନ୍ୟମାନଙ୍କ ଘର ପୋଡ଼ି ଦେଇଥିଲେ । ନିଆଁରେ ୧୦ ଜଣ ପୋଡି ହୋଇ ପ୍ରାଣ ହରାଇଛନ୍ତି । ପୋଲିସ ଓ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଜଳି ପାଉଁଶ ହୋଇଯାଇଥିବାରୁ ପୋଲିସ ମୃତଦେହକୁ ଉଦ୍ଧାର କରି ପାରିନଥିଲେ । ସେପଟେ ଭାଦୁଙ୍କୁ ହତ୍ୟା ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com