ଜାତୀୟ

ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍‌

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ । ବହୁ ଚର୍ଚ୍ଚିତ କୋର୍ଡେଲିଆ ଡ୍ରଗ୍ସ ପାର୍ଟି ମାମଲାରେ ଜୁନିୟର କିଙ୍ଗ ଖାନଙ୍କୁ କ୍ଲିନ ଚିଟ ଦେଇଛି ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବି ପକ୍ଷରୁ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଦାଖଲ ଚାର୍ଜସିଟରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ୫ ଜଣଙ୍କ ନାଁ ନଥିବା ଜଣାପଡ଼ିଛି । କ୍ରୁଜରେ ରେଡ୍ ବେଳେ ଆର୍ଯ୍ୟନଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି ଅଭିଯୁକ୍ତ ଦର୍ଶାଇଥିଲା ଏନସିବି । ଆର୍ଯ୍ୟନଙ୍କ ବିରୋଧରେ କିଛି ପ୍ରମାଣ ମିଳି ନଥିବାରୁ କ୍ଲିନଚିଟ୍ ଦିଆଯାଇଥିବା ଏନସିବି ଡିଡିଜି ସଞ୍ଜୟ ସିଂହ କହିଛନ୍ତି ।

ଗତବର୍ଷ ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ ସେବନ କରିବା ଅଭିଯୋଗରେ ଏନସିବି ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନଙ୍କୁ ଗିରଫ କରିଥିଲେ । ସାରା ଦେଶରେ ଏହାକୁ ନେଇ ତମ୍ବିତୋଫାନ ଦେଖିବାକୁ ମିଳିଥିଲା । ଏହି ମାମଲାରେ ଆର୍ଯ୍ୟନ ୨୬ ଦିନ କାଳ ଜେଲରେ ରହିଥିଲେ । ଶେଷରେ ବମ୍ବେ ହାଇକୋର୍ଟ ତାଙ୍କୁ ଅକ୍ଟୋବର ୨୮ରେ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବାର ଦୁଇ ଦିନ ଅର୍ଥାତ ଅକ୍ଟୋବର ୩୦ରେ ଆର୍ଯ୍ୟନ ଘରକୁ ଫେରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com