ଜାତୀୟ

ଅବସର ନେବା ଘଟଣାକୁ ନେଇ ଟୁଇଟ କରି ଧୋନିଙ୍କୁ ଏଭଳି ଅନୁରୋଧ କରିଥିଲେ ଲତା

ମୁମ୍ବାଇ() ଭାରତରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକର ଆଉ ନାହାନ୍ତି। ଆଜି ସକାଳ ୮ଟା ୧୨ ମିନିଟ ସମୟରେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରରେ ଲତା ମଙ୍ଗେସକରଙ୍କର ଶେଷକୃତ୍ୟ ସଂପନ୍ନ ହେବ।

ଲତା ମଙ୍ଗେସକରଙ୍କ ମୃତ୍ୟୁ ଖବରରେ କ୍ରୀଡା ଜଗତରେ ଶୋକରଛାୟା ଖେଳି ଯାଇଛି। କ୍ରିକେଟ୍ ପ୍ରତି ତାଙ୍କର ଆଗ୍ରହ କେତେ ଥିଲା ତାହା ସମସ୍ତେ ଜାଣନ୍ତି । ୧୯୮୩ ବିଶ୍ୱକପରେ ଭାରତୀୟ ଦଳର ବିଜୟ ପରେ ସେ ଏକ ବିଶେଷ କନ୍ସର୍ଟ କରି ଖେଳାଳିଙ୍କ ପାଇଁ ଟଙ୍କା ସଂଗ୍ରହ କରିଥିଲେ । ଏଥିସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରତି ତାଙ୍କର ପ୍ରେମ ଏବଂ ସ୍ନେହ କାହାଠାରୁ ଲୁଚି ରହିନାହିଁ।

lata

ସେହିପରି ମହେନ୍ଦ୍ର ସିଂ ଧୋନିଙ୍କ ଅବସର ନେବା ଖବରକୁ ନେଇ ଲତା ମଙ୍ଗେସକର ମଧ୍ୟ ଅତ୍ୟନ୍ତ ଦୁଃଖୀ ହୋଇ ଯାଇଥିଲେ। ଏପରିକି ଧୋନିଙ୍କୁ ଅବସର ବିଷୟରେ ଚିନ୍ତା ନକରିବାକୁ ସେ ଏକ ଟୁଇଟ୍ କରିଥିଲେ। ଜୁଲାଇ ୨୦୧୯ରେ ଭାରତୀୟ ଦଳ ବିଶ୍ୱକପରୁ ବାଦ ପଡିଥିଲା। ଏହା ପରେ ଧୋନିଙ୍କ ଅବସର ଖବର ସାମ୍ନାକୁ ଆସିବାକୁ ଲାଗିଥିଲା। ଏହା ଶୁଣି ଲତା ମଙ୍ଗେସକର ବିଚଳିତ ହୋଇପଡ଼ିଥିଲେ। ସେ ଜୁଲାଇ ୧୧ରେ ଏକ ଟୁଇଟ୍ କରିଥିଲେ। ଏଥିରେ ସେ ଧୋନିଙ୍କୁ ଅବସର ନ ନେବାକୁ କହିଥିଲେ।

ଲତା ମଙ୍ଗେସକର ତାଙ୍କ ଟ୍ୱିଟରେ ଲେଖିଥିଲେ, ‘ପ୍ରିୟ ଧୋନି ଜୀ, ମୁଁ ଶୁଣୁଛି ଯେ ତୁମେ ଅବସର ନେବାକୁ ଚାହୁଁଛ । ଦୟାକରି ସେପରି ଭାବନ୍ତୁ ନାହିଁ । ଦେଶ ତୁମର ଖେଳ ଆବଶ୍ୟକ କରେ ଏବଂ ଏହା ମଧ୍ୟ ମୋର ଅନୁରୋଧ ଯେ ତୁମେ ତୁମର ମନରେ ଅବସରର ଚିନ୍ତାଧାରା ଆଣିବା ଉଚିତ୍ ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com