ଜାତୀୟ

ବିକ୍ରି ହେବାକୁ ଯାଉଛି ଦେଶର ଏହି ବଡ଼ ବ୍ୟାଙ୍କ, ମେ ମାସରୁ ଆରମ୍ଭ ହେବ ପ୍ରକ୍ରିୟା, ପ୍ରସ୍ତୁତ ହେଉଛନ୍ତି ସରକାର

ନୂଆଦିଲ୍ଲୀ() ବିଭିନ୍ନ ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଏକ ସରକାରୀ ବ୍ୟାଙ୍କକୁ ଘରୋଇକରଣ କରିବା ନେଇ ଯୋଜନା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଇଡିବିଆଇ(IDBI) ବ୍ୟାଙ୍କରେ ଥିବା ସରକାରଙ୍କ ଅଂଶକୁ ବିକ୍ରି କରାଯିବ । ଏଥିପାଇଁ ମେ ମାସରେ ଆଗ୍ରହ ପତ୍ର ମଗାଇବା ପାଇଁ ସରକାର ଚିନ୍ତା କରୁଛନ୍ତି ।

ପୂର୍ବ ଯୋଜନା ଅନୁସାରେ ଏପ୍ରିଲ୍‌ ମାସରେ ଆଗ୍ରହ ପତ୍ର ବା ଇଓଆଇ ଆମନ୍ତ୍ରିଣ କରାଯିବାର ଥିଲା । କିନ୍ତୁ ଏହା ଆସନ୍ତା ମାସକୁ ରଖାଯାଇଛି । ତେବେ ଆଜି ଏହି ବ୍ୟାଙ୍କର ସେୟାରରେ ୯ ପ୍ରତିଶତ ବୃଦ୍ଧି ହୋଇ ୪୯.୧୦ ଟଙ୍କାରେ ପହଞ୍ଚିଛି ।

ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ଏହି ଘରୋଇକରଣ ପ୍ରକ୍ରିୟା କାର୍ଯ୍ୟ ଶେଷ ହେବା ନେଇ ଜଣାପଡ଼ିଛି । ଏନେଇ ଏକ ସୂତ୍ର କହିଛି ଯେ ଆଇଡିବିଆଇ ବ୍ୟାଙ୍କ ବିନିବେଶ ପାଇଁ ରୋଡ୍‌ ସୋ ବର୍ତ୍ତମାନ ଶେଷ ହୋଇନାହିଁ । ସରକାର ମେ ମାସରେ ଇଓଆଇ ଆମନ୍ତ୍ରଣ କରିବା ନେଇ ଯୋଜନା କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ଇନ୍‌ସ୍ୟୁରାନ୍ସ କର୍ପୋରେସନ ଏଲ୍‌ଆଇସି ର ଆଇପିଓ ଲଞ୍ଚ ହେବାକୁ ଥିବା ବେଳେ ଋଷ୍‌ ଏବଂ ୟୁକ୍ରେନ୍ ଯୁଦ୍ଧ ଭିତରେ ସେୟାର ବଜାରରେ ବୃଦ୍ଧି-ହ୍ରାସକୁ ନେଇ ବିଳମ୍ୱ ହେବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com