ଓଡ଼ିଶା

ସମ୍ପର୍କୀୟ ଭାଇଙ୍କୁ ଅପହରଣ ପରେ ହତ୍ୟା !

ବଲାଙ୍ଗୀର() ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଚାଞ୍ଚଲ୍ୟ । ସମ୍ପର୍କୀୟ ଭାଇକୁ ହତ୍ୟା କଲା ଭାଇ । ଅପହରଣ ପରେ ସମ୍ପର୍କୀୟ ଭାଇକୁ ହତ୍ୟା କରିଛି ଭାଇ । ଅପହରଣ ପରେ ସମ୍ପର୍କୀୟ ଭାଇକୁ ଛଡ଼ାଇବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ୧୦ ଲକ୍ଷ ନଦେଲେ ହତ୍ୟା କରିବ ବୋଲି ହ୍ୱାଟ୍ସଆପ ମେସେଜ କରିଥିଲା । ଏହା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଶିରଭଟାପଡ଼ାର ନାବାଳକ ମୋହନ କୁମ୍ଭାର । ସିକେର ଜଙ୍ଗଳରୁ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଗତ ୨୩ ତାରିଖ ଦିନ ସମ୍ପର୍କୀୟ ଭାଇ ଦ୍ଵାରା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଭାଇ ଥାନାରେ ଅଟକ ଥିବା ସୂଚନା ମିଳିଛି । ତେବେ ଅଟକ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ପୋଲିସର ସୂଚନା । ମୃତଦେହକୁ ଜବତ କରି ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com