ଜାତୀୟମନୋରଞ୍ଜନ

ଜରିନ୍‌ଙ୍କ ମାଆ ICUରେ ଭର୍ତ୍ତି, କହିଲେ- ମୋ ମା’ ପାଇଁ କରନ୍ତୁ ପ୍ରାର୍ଥନା

ନୂଆଦିଲ୍ଳୀ() ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ମା’ଙ୍କ ଅବସ୍ଥା ହଠାତ୍‌ ଖରାପ ହୋଇଯାଇଛି । ଯେଉଁଥିପାଇଁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ଏନେଇ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଜଣାଇଛନ୍ତି ।

ପୋଷ୍ଟରେ ଲେଖାଯାଇଛି କି ସେ ତାଙ୍କ ସମସ୍ତ ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି । ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡି ଯାଇଛି। ଗତକାଲି ରାତିରେ ତାଙ୍କୁ ହଠାତ୍‌ ଡାକ୍ତରଖାନା ନେବାକୁ ପଡିଥିଲା। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମା’ଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତଙ୍କୁ ପ୍ରାର୍ଥନା କରନ୍ତୁ।

ଆମେ ଆପଣଙ୍କୁ କହି ରଖୁଛୁ ଯେ, ଗତ ବର୍ଷ ମଧ୍ୟ ଜରିନ୍‌  ମା’ଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ସେହି ସମୟରେ ମଧ୍ୟ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେ ତାଙ୍କୁ ଏକ ମାସରୁ ଅଧିକ ସମୟ ତାଙ୍କୁ ହସ୍ପିଟାଲ୍‌ରେ ରଖାଯାଇଥିଲା । ଏହି ସମୟରେ ଜରିନ୍ ଖାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ​​। କିନ୍ତୁ ଅଭିନେତ୍ରୀ ତାହାର ସୂଚନା ଦେଇନଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com