ଜାତୀୟ

ପାକିସ୍ତାନରେ ଭୟଙ୍କର ବିଜୁଳି ସଂକଟ, ବନ୍ଦ ହୋଇଯିବ ମୋବାଇଲ ଏବଂ ଇଣ୍ଟରନେଟ୍, ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ବିଜୁଳି ସଂକଟ ଦେଖାଦେଇଛି । ସ୍ଥିତି ଏପରି ହୋଇଛି ଯେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିବା ପରିସ୍ଥିତି ଉତ୍ପନ୍ନ ହୋଇଛି। ପାକିସ୍ତାନ ସରକାର ଏନେଇ ଏକ ଚେତାବନୀ ମଧ୍ୟ ଜାରି କରିଛନ୍ତି । ପାକିସ୍ତାନର କେନ୍ଦ୍ରୀୟ ସୂଚନା ଏବଂ ପ୍ରଯୁକ୍ତି ବୋର୍ଡ(ଏନଆଇଟିବି) ଦେଶରେ ବିଜୁଳି ସଂକଟ ମଧ୍ୟରେ ମୋବାଇଲ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଏନଆଇଟିବି ଟ୍ୱିଟ୍ କରି କହିଛି, ପାକିସ୍ତାନରେ ଦୂର ସଂଚାର ସଂସ୍ଥା ଗୁଡିକ ଦେଶରେ ବିଜୁଳ କାଟ ଯୋଗୁଁ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ବିଜୁଳି ଅଭାବ ଯୋଗୁଁ ପରିଚଳନାରେ ସମସ୍ୟା ଦେଖା ଦେଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଚେତାବନୀ ଦେଇଛନ୍ତି ଯେ, ଜୁଲାଇରେ ଦେଶ ଲୋଡ ସେଡିଂର ସାମନା କରିପାରେ। ସେ କହିଛନ୍ତି ପାକିସ୍ତାନ ପାଇଁ ଆବଶ୍ୟକୀୟ ଏଲଏନଜି ପୂରଣ ହୋଇପାରି ନାହିଁ । ତେବେ ଏହି ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ଏଲଏନଜି ଜରିଆରେ ବଡ଼ ପରିମାଣରେ ବିଜୁଳି ଉତ୍ପାଦନ କରାଯାଇଥାଏ। ଏଲଏନଜିର ଅଭାବରୁ ବିଜୁଳି ଉତ୍ପାଦନ ପ୍ରଭାବିତ ହୋଇଛି। ପାକିସ୍ତାନ ମିଡିଆ ଅନୁସାରେ ସରକାର ଆସନ୍ତା ମାସରୁ ଏନଏନଜି ଉପରେ କୌଣସି ଚୁକ୍ତି କରିପାରି ନାହାନ୍ତି। ରିଫାଇନିଟିଭ ଡାଟା ଅନୁସାରେ ପାକିସ୍ତାନକୁ ବିଜୁଳି ଉତ୍ପାଦନ ପାଇଁ ଏଲଏନଜି କଣିବାକୁ ସଂଘର୍ଷ କରିବାକୁ ପଡୁଛି। ଦୁନିଆରେ ଏଲଏନଜିର ଚାହିଦା ବୃଦ୍ଧି ପାଇଛି। ଏହି କାରଣରୁ ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି। ଅନ୍ୟପଟେ ଆର୍ଥିକ ସଂକଟ ଭିତରେ ଥିବା ପାକିସ୍ତାନ ଅଧିକ ଏଲଏନଜି କିଣିବାକୁ ଅସମର୍ଥ ହୋଇଛି।

ବିଜୁଳି ଅଭାବ ଯୋଗୁଁ ପାକିସ୍ତାନ ସରକାର ସରକାରୀ କର୍ମଚାରୀଙ୍କ କାମ ସମୟକୁ ହ୍ରାସ କରିଛନ୍ତି । ଅନ୍ୟପଟେ କରାଚୀ ସହ ଦେଶର ବିଭିନ୍ନ ସହରର କାରଖାନାଠୁ ଆରମ୍ଭ କରି ସପିଂ ମଲ ସବୁକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଅର୍ଥମନ୍ତ୍ରୀ ମିଫତା ଇସ୍ମାଇଲ କହିଛନ୍ତି, କତାରଠାରୁ ଏଲଏନଜି କିଣିବା ପାଇଁ ସରକାର ଆଲୋଚନା କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com