ଜାତୀୟ

ବିମାନ ଯାତ୍ରୀଙ୍କୁ ଝଟକା, ମହଙ୍ଗା ହେବ ଯାତ୍ରା, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଏଭିଏସନ ଟର୍ବାଇନ ଫ୍ୟୁଲ (ଏଟିଏଫ) ର ମୂଲ୍ୟ ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଦେଶରେ ବିମାନ ଭଡ଼ା ମହଙ୍ଗା ହେବ । ଭାରତୀୟ ବିମାନ କମ୍ପାନୀଙ୍କ ଆଗରେ ଏବେ ଭଡ଼ା ବୃଦ୍ଧି ଛଡା ଅନ୍ୟ ପନ୍ଥା ନାହିଁ। ଅପରେଟିଂ କଷ୍ଟ ଆଫୋର୍ଡବଲ ରହୁ ସେଥି ଲାଗି ବିମାନ ବଡାରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ଜରୁରୀ ବୋଲି କହିଛନ୍ତି ସ୍ପାଇସ୍ ଜେଟ୍ ଏୟାରଲାଇନସ୍ ଚେୟାରମ୍ୟାନ ଅଜୟ ସିଂହ।

ଜୁନ ୨୦୨୧ ପରେ ଏପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟରେ ୧୨୦ ପ୍ରତିଶତରୁ ଅଧିକ ବୃଦ୍ଧି ହେଲାଣି ବୋଲି ସିଂହ କହିଛନ୍ତି। ଏଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିମାନ ଇନ୍ଧନ ଶୁଳ୍କ ହ୍ରାସ ଲାଗି ପଦକ୍ଷେପ ନେବା ଜରୁରି। ଏହା ଚଡା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ବିମାନ କମ୍ପାନୀଙ୍କୁ ପ୍ରଭାବିତ କରୁଛି। ଏଣୁ ଭଡ଼ା ବୃଦ୍ଧି କରିବା ଜରୁରୀ ହୋଇ ପଡିଛି ବୋଲି ସେ କହିଛନ୍ତି। ଗୁରୁବାର ଏଟିଏଫ ମୂଲ୍ୟରେ ୧୬ ପ୍ରତିଶତ ବୃଦ୍ଧି ହୋଇଛି। ଏହି ବୃଦ୍ଧି ସହ ଏଟିଏଫ ଦର ରେକର୍ଡ ସ୍ତରକୁ ପହଞ୍ଚି ଯାଇଛି।

ଏଟିଏଫ ପ୍ରତି କିଲୋଲିଟର ଏବେ ୧,୪୧,୨୩୨.୮୭ ଟଙ୍କାକୁ ପହଞ୍ଚି ଯାଇଛି। ଏଭିଏସନ ଟର୍ବାଇନ ଫ୍ୟୁଲ ମୂଲ୍ୟ ପ୍ରତିମାସର ପହିଲା ଓ ୧୬ ତାରିଖରେ ସଂଶୋଧିତ ହୋଇଥାଏ। ୧ ଜୁନରୁ ଏପର୍ଯ୍ୟନ୍ତ ଏଟିଏଫ ଦରରେ ୧୬.୨ ପ୍ରତିଶତ ବୃଦ୍ଧି ଦେଖା ଯାଇଛି। କରୋନା ଭାଇରସ ମହାମାରୀ ଲାଗି ମାର୍ଚ୍ଚ ୨୦୨୦ରେ ୨ ମାସ ଲକଡାଉନ ଜାରି ପରେ ୨୫ ମେ ୨୦୨୦ରେ ଦେଶରେ ପୁଣି ବିମାନ ସେବା ଆରମ୍ଭ ହୋଇଥିଲା। ସେତେବେଳେ ଉଡାଣ ଅବଧିକୁ ଆଧାର କରି ଘରୋଇ ବିମାନ ଭଡ଼ା କମ ବେଶି ଧାର୍ଯ୍ୟ ହେଉଥିଲା। ଏବେ ସେବା ସ୍ୱଭାବିକ ହୋଇ ସାରିଥିବାରୁ ଟିକେଟ ମୂଲ୍ୟ ବୃଦ୍ଧି କରିବା ଜରୁରି ହୋଇପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com