ଓଡ଼ିଶା

ବ୍ରଜରାଜନଗର ଉପନିର୍ବାଚନ: ବିଜେଡି କହିଲା ଆମେ ପ୍ରସ୍ତୁତ, ବିଜେପି କହିଲା ଅନ୍ତଃକନ୍ଦଳର ଫାଇଦା ନେବୁ

ଭୁବନେଶ୍ୱର() କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନ ପାଇଁ ଉପନିର୍ବାଚନ ହେବା ନିଶ୍ଚିତ ଥିଲା । ସେହି ଅନୁସାରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି, ବିଜେପି । ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି, ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ ।

ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ମୁଁ ବ୍ରଜରାଜନଗର ପର୍ଯ୍ୟବେକ୍ଷକ ରହିଥିଲି । ମନ୍ତ୍ରୀ ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମୁଁ ରହିଛି । ସେଠାକାର ସଙ୍ଗଠନ ବେସ ଭଲ ରହିଛି । ଆମେ ବହୁତ ଭଲ ପ୍ରଦର୍ଶନ କରିବୁ । ପ୍ରାଥି କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।

ପ୍ରାର୍ଥୀଙ୍କୁ ନେଇ ଦଳରେ କୌଣସି ଦ୍ଵନ୍ଦ ନାହିଁ । ଯେମିତି ପ୍ରତ୍ୟେକ ଉପନିର୍ବାଚନରେ ଦଳ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରେ ଏଥର ମଧ୍ୟ ଆମେ ସେମିତି ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଲଢ଼ିବୁ ।

ସେହିଭଳି ଭାରତୀୟ ଜନତା ପାର୍ଟି ପକ୍ଷରୁ ନିଜର ପ୍ରତିକ୍ରିୟା ଜଣାଇଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ବ୍ରଜରାଜନଗର ଉପନିର୍ବାଚନ ପ୍ରାର୍ଥୀ ଚୟନ ନେଇ ସମସ୍ତ ଆଲୋଚନା ଶେଷ ହୋଇଛି । ଦିନେ ଦୁଇ ଦିନ ଭିତରେ ପ୍ରଭାରୀ ଓ ସହ ପ୍ରଭାରୀ ଓଡିଶା ଆସିବେ । ଆମେ ପାର୍ଲେୟାମେଣ୍ଟାରି ବୋର୍ଡ କୁ ପଠାଯିବ ସେଠୁ ଯାହା ନିଷ୍ପତ୍ତି ଆସିବ ତାହା ଜଣାଇ ଦିଆଯିବ ।

ଯେଉଁ ଦୁଇ ତିନି ଜଣ ସମ୍ଭାବ୍ୟ ପ୍ରାଥି ତାଲିକା ରେ ଉଭୟ ପୁରୁଷ ଓ ମହିଳା ରହିଛନ୍ତି । ତେଣୁ ପାର୍ଲେୟାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ କିଏ ପ୍ରାଥି ହେବ । ସେଠାକାର ସାଂସଦଙ୍କ ନେତୃତ୍ୱରେ ଆମେ ଉପ ନିର୍ବାଚନ ଲଢ଼ିବୁ । ବିଜେଡି ଭିତରେ ଯେଉଁ ଅନ୍ତଃକନ୍ଦଳ ରହିଛି ତାହାର ଫାଇଦା ବିଜେପିକୁ ଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com