ଓଡ଼ିଶା

ଆଜିଠୁ କଟକରେ ଝଲସିବ ଆଦିବାସୀ ସଂସ୍କୃତି, କିଲ୍ଲା ପଡ଼ିଆରେ ୧୧ ଦିନ ଧରି ଚାଲିବ ମେଳା

କଟକ: କଟକରେ ଦେଖିବାକୁ ମିଳିବ ଆଦିବାସୀ ସଂସ୍କୃତିର ଝଲକ । ଆଜିଠୁ କିଲ୍ଲା ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ୧୧ ଦିନ ବ୍ୟାପି ଏହି ମେଳା ଅନୁଷ୍ଠିତ ହେବ । ପରିଚୟ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ କଟକରେ ପ୍ରଥମଥର ପାଇଁ ଏହି ମେଳା ଆୟୋଜନ କରାଯାଉଛି । ମେଳାରେ ୧୨୦ଟି ଷ୍ଟଲ ପଡ଼ୁଥିବାବେଳେ ଓଡ଼ିଶା ରାଜ୍ୟ ସମେତ ୨୭ଟି ରାଜ୍ୟର ଆଦିବାସୀ ପ୍ରତିଷ୍ଠାନ ଯୋଗ ଦେଇଛନ୍ତି । ଆଦିବାସୀମାନଙ୍କ ହାତ ତିଆରି ଅନେକ ଘରକରଣା ସାଜସଜ୍ଜା ଓ ଖାଦ୍ୟ ସାମଗ୍ରୀ ମିଳିବ । ଏଥି ସହିତ ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲ ଖୋଲାଯିବ । ଯେଉଁଥିରେ ବାହାର ରାଜ୍ୟର ପ୍ରସିଦ୍ଧ ଆଦିବାସୀ ଖାଦ୍ୟ ଉପଲବ୍ଧ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com