ଅନ୍ୟାନ୍ୟ
ରାଜସ୍ଥାନ ଯୋଧପୁରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ପୋଲିସ ଉପରକୁ ଟେକା ପଥର ମାଡ଼
ଯୋଧପୁର() ଆଜି ସକାଳୁ ରାଜସ୍ଥାନର ଯୋଧପୁର ଜଲୋରି ଗେଟ୍ ଅଞ୍ଚଳରେ ଇଦ୍ ନମାଜ ପଢ଼ା ସରିବା ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ହିଂସା ବେଳେ ପୋଲିସ ଉପରକୁ ଟେକା ପଥର ମାଡ଼ କରାଯାଇଥିବା ବେଳେ ଅନେକ ଗାଡ଼ି ଭାଙ୍ଗି ଦିଆଯାଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠି ଚାର୍ଜ କରିବା ସହ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଗତକାଲି ରାତିରେ ଜଲୋରି ଗେଟଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ବାଲ ମୁକୁନ୍ଦ ବିର୍ସାଙ୍କ ପ୍ରତିମୂର୍ତ୍ତିରେ ସାମ୍ପ୍ରଦାୟିକ ପତାକା ଓ ଲାଉଡ ସ୍ପିକର ଲଗାଇବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ପଥରମାଡ଼ ହୋଇଥିଲା । ଏଥିରେ ଚାରି ଜଣ ପୋଲିସ କର୍ମୀଙ୍କ ସମେତ ଅନେକ ଆହତ ହୋଇଥିଲେ ।
Rajasthan: Ruckus in Jodhpur’s Jalori Gate area pic.twitter.com/6IGhmVmmPX
— ANI MP/CG/Rajasthan (@ANI_MP_CG_RJ) May 3, 2022