ମନୋରଞ୍ଜନ

ବିଗ୍ ବସ୍ ସିଜିନ୍- 13 ସେନ୍ସେସନ୍ ଶେହନାଜଙ୍କ ବଲିଉଡ୍ ଡେବ୍ୟୁ

ମେ 4: ବହୁଚର୍ଚ୍ଚିତ ଓ ବିଭିନ୍ନ କାରଣରୁ, ଅନେକ ସମୟରେ ବିବାଦରେ ରହୁଥିବା ବିଗ୍ ବସ୍ ଶୋର ତ୍ରୟୋଦଶ ସିଜିନର ଅନ୍ତେବାସୀ ହେବା ପରଠାରୁ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶେହନାଜ୍‌ ଗିଲ୍ । ଏହି ଶୋ ତାଙ୍କ ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ଦେଇଚାଲିଛି ଗୋଟିଏ ପରେ ଗୋଟିଏ ସଫଳତା ।

ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ, ପୁଣିଥରେ ଏକାଠି ଦେଖାଯିବେ ସଲମାନ୍ ଖାନ୍ ଓ ଶେହନାଜ୍ । ଏହାକୁ ନେଇ ଖୁବ୍ ଉତ୍ସାହିତ ଶେହନାଜ୍ ଓ ତାଙ୍କ ପ୍ରଶଂସକ । ବଡ଼ ପରଦାରେ ବଡ଼ ବଜେଟ୍ ହିନ୍ଦୀ ଚଳଚ୍ଚିତ୍ର ‘କଭି ଇଦ୍‌ କଭି ଦିୱାଲୀ’ରେ ଏକାଠି ନଜର ଆସିବେ ଶେହନାଜ୍ ଓ ସଲମାନ୍ ଭାଇ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରୀ ପରେ ସେ ଏବେ ମୁମ୍ବାଇ ଫିଲ୍ମ ଜଗତରେ ବି ତାଙ୍କ କରିସ୍ମା ଦେଖାଇବେ । ‘କଭି ଇଦ୍‌ କଭି ଦିୱାଲୀ’ର ମୁଖ୍ୟ ଚରିତ୍ରରେ ଅଛନ୍ତି ସଲମାନ୍ ଖାନ୍ । ଏହାସହ ଫିଲ୍ମର ଅନ୍ୟ ପ୍ରମୁଖ କଳାକାରଙ୍କ ମଧ୍ୟରେ ଅଛନ୍ତି ଆୟୁଷ ଶର୍ମା । ଏହି କାହାଣୀରେ ଆୟୁଷଙ୍କ ଲିଡ୍ ଲେଡି ଚରିତ୍ରରେ ଦେଖାଦେବେ ଶେହନାଜ୍ । ତେବେ ଏ ସମ୍ପର୍କରେ ସଲମାନ କିମ୍ବା ଶେହନାଜ ନିଜ ନିଜ ସୋସିଆଲ୍ ମେଡିଆ ସାଇଟ୍ ରେ ଆନୁଷ୍ଠାନିକ ଭାବେ  କିଛି ପୋଷ୍ଟ୍ କରିନାହାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com