ଓଡ଼ିଶା

୯ ତାରିଖରେ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର, ମେ 4: ଗୁରୁବାର ନୁହେଁ ବରଂ ଆସନ୍ତା ସୋମବାର ଅର୍ଥାତ ୯ରେ ଦିଲ୍ଲୀ ଯିବେ ଓଡ଼ିଶା ନେତା । ରାଜ୍ୟ କଂଗ୍ରେସ ମୁଖିଆ ପ୍ରସଙ୍ଗରେ ଦିଲ୍ଲୀ ଡକରା ନେଇ ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ଛାମୁଆଁ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ ।

ଏହି ଅବସରରେ ରାଜ୍ଜ୍ୟ ସଙ୍ଗଠନ ମଜବୁତ୍‌ କରିବା ପ୍ରସଙ୍ଗରେ ହାଇକମାଣ୍ଡଙ୍କୁ ବୈଠକରେ ଅବଗତ କରାଇବେ ବୋଲି କହିଛନ୍ନିତି ନିରଞ୍ଜନ ପଟ୍ଟନାୟକ ।

ବ୍ରଜରାଜନଗର ଉପନିର୍ବାଚନ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ତିନି ଆଶାୟୀ ପ୍ରମୋଦ ପ୍ରଧାନ, ଜୀବନ ସାର୍ଥକ ଦାସ ଓ ସୁବ୍ରତ ପ୍ରଧାନ ପିସିସି ପାଖରେ ଆବେଦନ କରିଛନ୍ତି । ପିସିସି ପକ୍ଷରୁ ପ୍ରାର୍ଥୀ ଚୟନ ନେଇ ଏକ କମିଟି ଗଠନ ହୋଇଛି । ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ସଭାପତିଙ୍କୁ ନେଇ କମିଟି ହୋଇଛି । ସ୍ଥାନୀୟ ନେତା ଓ ଜଣେ ଉପ-ସଭାପତିଙ୍କୁ ସେଠାକୁ ପଠାଯିବ ।  ୮ ତାରିଖ ସୁଦ୍ଧା ପ୍ରାର୍ଥୀ ଚୂଡ଼ାନ୍ତ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ବରିଷ୍ଠ ନେତା ରାହୁଲ ଗାନ୍ଧି ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଏହାପରେ ପିସିସି ସଭାପତି ଚୟନ ନେଇ ବାଟ ଫିଟିପାରେ ବୋଲି ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com