ନୂଆଦିଲ୍ଲୀ ୦୬।୦୫: ଗତ କିଛି ଦିନ ତଳେ ମୃଣାଳ ଠାକୁରଙ୍କର ଫିଲ୍ମ ଜର୍ସି ରିଲିଜ୍ ହୋଇଥିଲା । ଫିଲ୍ମରେ ମୃଣାଳା ଠାରୁଙ୍କ ସହ ସାହିଦ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି କ୍ରିକେଟ ଉପରେ ଆଧାରିତ ଥିଲା। ଚଳଚିତ୍ରକୁ ନେଇ ଉଭୟ କଳାକାର ଯେତେ ଉତ୍ସାହିତ ଥିଲେ ଫିଲ୍ମଟି ସେତେ ଭଲ ପ୍ରଦର୍ଶନ କରି ପାରିନଥିଲା । କିନ୍ତୁ ମୃଣାଳ ଏବେ ଏଭଳି କିଛି କାମ କରିଛନ୍ତି, ଯାହା ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।

ନିକଟରେ ଫିଲ୍ମ ରିଲିଜ୍ ହେବା ପରେ ମୃଣାଳ ଏବଂ ସାହିଦ କପୁର ତାଙ୍କ ଫିଲ୍ମ ଜର୍ସି ପାଇଁ ମୁମ୍ବାଇର ଏକ କଫି ହାଉସର ସମସ୍ତ କର୍ମଚାରୀଙ୍କ ପାଇଁ ଟିକେଟ କରିଥିଲେ। ସମସ୍ତଙ୍କୁ ନେଇ ଫିଲ୍ମ ଦେଖାଇଥିଲେ। ମୃଣାଳ ଏହି ସବୁ କରିବାର କାରଣ ସେ ସେଠାରେ ଥିବା କର୍ମଚାରୀଙ୍କ କାର୍ଯ୍ୟ ଏବଂ ଆଚରଣରେ ବହୁତ ସୁନ୍ଦର ଥିଲା । ଯାହାକୁ ଦେଖିଲା ପରେ ସେ ବହୁତ ଖୁସି ହୋଇଥିଲେ ।
ଏହାକୁ ନେଇ ମୃଣାଳ କହିଛନ୍ତି, ‘କଫି ହାଉସର କର୍ମଚାରୀମାନେ ବହୁତ ଭଲ ଏବଂ ସୁନ୍ଦର ଚମତ୍କାର ଥିଲେ ତେଣୁ ମୁଁ ଭାବିଲି ଯେବେବି ସେମାନେ ବ୍ୟସ୍ତ କାର୍ଯ୍ୟରୁ ସମୟ ପାଇବେ ମୁଁ ସେମାନଙ୍କୁ ମୋର ଫିଲ୍ମ ଜର୍ସି ଦେଖାଇବି । ମୁଁ ଅନୁଭବ କଲି ଯେ ତାଙ୍କର ସୁନ୍ଦର ଦୟାଳୁ ହୃଦୟ ଏବଂ ଭଲ ଆଚରଣ ହେତୁ ମୁଁ ତାଙ୍କୁ ଏହି ରିଟର୍ନ ଗିଫ୍ଟ ଦେବି। ପରେ ‘ସେଠାରେ ଉପସ୍ଥିତ ଥିବା ସମସ୍ତେ ମୋତେ ମୋର ପ୍ରଥମ ଚଳଚ୍ଚିତ୍ରକୁ କିପରି ପସନ୍ଦ କରନ୍ତି ତାହା ବିଷୟରେ କହିଥିଲେ। ଏହା ଶୁଣିବା ପରେ ମୋର ହୃଦୟ ଭରି ଯାଇଥିଲା।

କହିବାକୁ ଗଲେ ମୃଣାଳ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଅନେକ ଟେଲି ଧାରାବାହିକରେ କାମ କରିଛନ୍ତି। ସେ ୨୦୧୨ ରେ ଟିଭି ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ସିରିଏଲ୍ରେ କାମ କରିଥିଲେ । ଆଗକୁ ତାଙ୍କ ହାତରେ ବହୁତ ଅପର ଅଛି । ହେଲେ ଜର୍ସି ପରେ ସେ କମେଡି ଫିଲ୍ମ ମିଚୋଲିରେ ନଜର ଆସିବେ ।
Back to top button