ଜାତୀୟ

୩ ଆଇଏଏସ୍ ଅଫିସରଙ୍କୁ ଆନ୍ଧ୍ର ହାଇକୋର୍ଟରୁ ଝଟ୍‌କା, ଅଦାଲତ ଅବମାନନା ଅଭିଯୋଗରେ ଶୁଣାଇଲେ ଜେଲ୍‌ଦଣ୍ଡ

ଅମରାବତୀ() ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ସ୍ପେସିଆଲ ଚିଫ୍ ସେକ୍ରେଟାରୀ ସମେତ ତିନି ଆଇଏଏସ ଅଫିସରଙ୍କୁ ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଅବମାନନା ଅଭିଯୋଗରେ ଏହି ତିନି ଜଣ ଅଫିସରଙ୍କୁ ମାସେ ଲେଖାଏଁ ଜେଲ୍ ଦଣ୍ଡ ସହ ଦୁଇ ହଜାର ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତର ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ନିଯୁକ୍ତି ନକରିବା ମାମଲାରେ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଧିକାରୀମାନେ ହେଲେ ସ୍ପେଶାଲ ଚିଫ୍ ସେକ୍ରେଟାରୀ (କୃଷି) ପୁନମ୍ ମାଲାକୋଣ୍ଡିଆଙ୍କ ବ୍ୟତୀତ ତତ୍କାଳୀନ ସ୍ପେଶାଲ୍ କମିଶନର (କୃଷି) ଏବଂ କୁର୍ନୂଲର ତତ୍କାଳୀନ ଜିଲ୍ଲା କଲେକ୍ଟର ଜି ବିରାପଣ୍ଡିଆନ ।

ମାମଲା ଅକ୍ଟୋବର ୨୦୧୯ରେ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ସହ ଜଡ଼ିତ । ପିଟିଆଇ ଅନୁସାରେ ହାଇକୋର୍ଟ ସେତେବେଳେ ଆବେଦନକାରୀଙ୍କୁ ଗ୍ରାମ୍ୟ କୃଷି ସହାୟକ ପଦବୀରେ ନିଯୁକ୍ତି ଉପରେ ବିଚାର କରି ନିର୍ଦ୍ଦେଶ ଦେଇଥିଲେ । ଦୁଇ ସପ୍ତାହ ମଧ୍ୟରେ ସରକାରୀ ଅଧିକାରୀ ଉଚିତ୍ ନିର୍ଦ୍ଦେଶ ଦେବାକୁ କୁହାଯାଇଥିଲା । ଏହା ସତ୍ତ୍ୱେ ଅଧିକାରୀମାନେ ନା ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନେଇଥିଲେ ନା କୋର୍ଟଙ୍କୁ ଅଧିକ ସମୟ ମାଗିଥିଲେ । ଏହାପରେ ଆବେଦନକାରୀ ୨୦୨୦ ନଭେମ୍ବର ମାସରେ ଅଦାଲତ ଅବମାନନା ମାମଲା ଦାୟର କରିଦେଲେ । ଏହାର ମାସେ ପରେ ୨୦୨୦ ଡିସେମ୍ବରରେ ଅଧିକାରୀମାନେ ନିର୍ଦ୍ଦେଶ ଜାରି କରି ଆବେନକାରୀଙ୍କୁ ପଦବୀ ପାଇଁ ଅଯୋଗ୍ୟ ଘୋଷିତ କରିଦେଲେ ।

ଅବମାନନା ଆବେଦନର ଶୁଣାଣି ପରେ ଏବେ ହାଇକୋର୍ଟ ତିନି ଆଇଏଏସ ଅଫିସରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅଫିସରଙ୍କ ତରଫରୁ ଅନୁରୋଧ କରାଯାଇଛି ଯେ ସେମାନଙ୍କୁ କୌଣସି ଦଣ୍ଡ ନ ଦିଆଯାଉ । କିନ୍ତୁ ଅଦାଲତ ସେମାନଙ୍କ ଅନୁରୋଧକୁ ମାନିନଥିଲେ । ଯଦିଓ ଦୁଇ ଅଫିସରଙ୍କ ଅନୁରୋଧକ୍ରମେ ଅଦାଲତ ଦଣ୍ଡାଦେଶ କାୟମକୁ 6ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । କିନ୍ତୁ ସ୍ପେଶାଲ ଚିଫ ସେକ୍ରେଟାରୀ (କୃଷି)ଙ୍କୁ ୧୩ ମେ’ ପୂର୍ବରୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ହାଜର ହେବାକୁ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com