ଓଡ଼ିଶା

ବ୍ରଜରାଜନଗର ଉପ ନିର୍ବାଚନ: ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍‌ଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

(ଭୁବନେଶ୍ୱର) ଦୁଇ ଦଳ ବିଜେପି ଏବଂ ବିଜେଡି ପରେ ଏବେ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ୍ । ଦଳ ପକ୍ଷରୁ ବିଧାନସଭାର ପୂର୍ବତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍‌ଙ୍କ ନାମରେ ମୋହର ବାଜିଛି । AICC ପକ୍ଷରୁ ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି । ଦଳର ସାଧାରଣ ସଂପାଦକ ମୁକୁଲ ୱାସ୍‌ନିକ୍‌ କିଶୋର ପଟେଲ୍‌ଙ୍କୁ କଂଗ୍ରେସ୍‌ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ସୂଚନା ଦେଇଛନ୍ତି ।

ତେବେ ଆଜି ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ । ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଆଜି ପ୍ରାର୍ଥୀ ଘୋଷଣା ନେଇ ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ସୁବାସ ସିଂ, ମନ୍ତ୍ରୀ ସୁଶାନ୍ତ ସିଂ ଓ ନବ ଦାସ ଉପସ୍ଥିତ ଥିଲେ । ସୂଚନା ଥାଉକି, ଆସନ୍ତା ମେ ୩୧ ଅନୁଷ୍ଠିତ ହେବ ବ୍ରଜରାଜନଗର ଉପନିର୍ବାଚନ । ଗତ ଡିସେମ୍ବର ୩୦ ତାରିଖ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଖାଲି ପଡିଥିଲା ଆସନ ।

ଗତକାଲି ବିଜେପି ପକ୍ଷରୁ ଘୋଷଣା ହୋଇଥିଲା ପ୍ରାର୍ଥୀ । ବିଜେପିରୁ ରାଧାରାଣୀ ପଣ୍ଡାଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଥିଲା ଭାରତୀୟ ଜନତା ପାର୍ଟି । ସେହିଭଳି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନି । ତଥାପି କିଶୋର ପଟେଲଙ୍କୁ ଦଳୀୟ ପ୍ରାର୍ଥୀ କରିବା ନେଇ ଏକପ୍ରକାର ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ଏଥିରେ ମୋହର ବାଜିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com