Featuredଅନ୍ତର୍ଜାତୀୟଜାତୀୟ

ଟ୍ୱିଟର ମାଲିକାନା ଗ୍ରହଣ କଲେ ଏଲନ ମସ୍କ , ପରାଗ ଅଗ୍ରୱାଲଙ୍କୁ କଲେ ଆଉଟ୍‌

ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ । ଶୁକ୍ରବାର ମାଲିକାନା ନିଜ ହାତକୁ ନେବା ପରେ କମ୍ପାନୀର ଚିଫ୍ ଏକ୍‌ଜିକ୍ୟୁଟିଭ୍ ପରାଗ ଅଗ୍ରୱାଲ୍‌, କମ୍ପାନିର ଚିଫ୍ ଫାଇନାନ୍‌ସିଆଲ୍ ଅଫିସର୍‌’ ନେଡ୍ ସେଗଲ୍ ଏବଂ ‘ଲିଗାଲ୍ ପଲିସି, ଟ୍ରଷ୍ଟ୍ ଏବଂ ସେଫ୍‌ଟି’ର ମୁଖ୍ୟ ବିଜୟ ଗାଡ୍ଡେଙ୍କୁ ବହିଷ୍କୃତ କରିଛନ୍ତି । ତେବେ ବହିଷ୍କାର ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ମସ୍କ। ଏହି ଅଧିକାରୀମାନେ ତାଙ୍କ ନାଁରେ ଓ ଟ୍ୱିଟର ନିବେଶକାରୀଙ୍କ ନାଁରେ ଏକାଧିକ ଫେକ୍ ଆକାଉଣ୍ଟ ଖୋଲି ତାଙ୍କୁ ଏବଂ ‘ଟୁଇଟର୍‌’ ନିବେଶକମାନଙ୍କୁ ବିଭ୍ରାନ୍ତ କରିଛନ୍ତି ବୋଲି ମସ୍କ୍ ଦୋଷାରୋପ କରିଛନ୍ତି । ଏଥିପାଇଁ ସେମାନଙ୍କୁ ଚାକିରି ବରଖାସ୍ତ କରାଯାଇଛି। ଏଥି ସହିତ ମସ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମୁଁ ମଣିଷପଣିଆକୁ ଭଲପାଏ। ଏହାକୁ ସମର୍ଥନ କରିବା ପାଇଁ ଟ୍ୱିଟର କିଣିଛି। ସାମାଜିକ ଗଣମାଧ୍ୟମ ନେଟ୍‌ୱାର୍କ ‘ଟୁଇଟର୍‌’କୁ କିଣିବେ, କିଣିବେ ନାହିଁ ବୋଲି ହେଉଥିବା ମସ୍କ୍‌ଙ୍କୁ ଶୁକ୍ରବାର ସୁଦ୍ଧା କିଣିବା ପ୍ରକ୍ରିୟା ସମ୍ପନ୍ନ କରିବାକୁ ଅଦାଲତ ଆଦେଶ ଦେଇଥିଲେ । କ୍ରୟ ରାଜିନାମା ସମ୍ପନ୍ନ କରାଯିବାର ଦିନକ ଆଗରୁ ଏଲନ୍ ମସ୍କ୍ ‘ଟୁଇଟର୍‌’ ମୁଖ୍ୟାଳୟକୁ ଯାଇ ତାଙ୍କର ବାୟୋଡାଟା ପରିବର୍ତ୍ତନ କରି ‘ଚିଫ୍ ଟ୍ବିଟ୍‌’ ବୋଲି ଲେଖିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com