ଓଡ଼ିଶା

ଭାରି ପଡିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବୟାନ; ସମ୍ବିତଙ୍କ ଗାଡିକୁ କାଳି, ଟମାଟୋ ମାଡ

ପୁରୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାଲିଥିବା ରାଜନୈତିକ ବୟାନ ବାଜି ଏବେ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପାଇଁ ଭାରି ପଡିଛି । ଶ୍ରୀମନ୍ଦିର ନିକଟରେ ଚାଲିଥିବା ଖନନକୁ ନେଇ ବୁଧବାର ସମ୍ବିତ ସରକାରଙ୍କୁ ଆକ୍ଷେପ କରି କଡା ଟିପଣୀ ଦେଇଥିଲେ । ମନ୍ଦିରର ୧୦୦ ମିଟର ପରିଧି ଭିତରେ ହୋଇଥିବା ଖନନ ଯୋଗୁ ଆମ ଐତିହ୍ୟ କ୍ଷତିଗ୍ରସ୍ତ ହେଉଛି ।

ଏହା ସମସ୍ତ ଓଡ଼ିଆ ଜାତିକୁ ବାଧିଛି । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତି ସାଙ୍ଗକୁ କଳା ପାହାଡ଼ିଆ ମାନସିକତା ଛାଡ଼ନ୍ତୁ । ଆଜି ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କୁ ଏପରି ଟାର୍ଗେଟ କରିଥିଲେ ସମ୍ବିତ । ତେବେ ସମ୍ବିତଙ୍କ ଏହି ବୟାନକୁ ସମସ୍ତେ ଠିକ୍ ରେ ଗ୍ରହଣ କରି ପାରିନଥିଲେ ।

ବିଶେଷ କରି ବିରୋଧୀ କଂଗ୍ରେସ ଛାତ୍ର ଶାଖାର କର୍ମକର୍ତ୍ତା ମାନେ ସମ୍ବିତଙ୍କ ଗାଡି ଉପରକୁ କାଳି ଏବଂ ଟମାଟୋ ମାଡ କରିଥିବା ଜଣା ପଡିଛି ।  ସମ୍ବିତ ଫେରୁଥିବା ବେଳେ ବଳଗଣ୍ଡି ଛକ ନିକଟରେ ତାଙ୍କ ଗାଡି ଉପରକୁ ଏଭଳି ଆକ୍ରମଣ ହୋଇଥିବା ଜଣା ପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com