ଓଡ଼ିଶା

ମହିଳାଙ୍କୁ ଅସଦାଚରଣ କରି ଗିରଫ ହେଲେ ପ୍ରଧାନ ଶିକ୍ଷକ

ବୋରିଗୁମ୍ମା: ବସରେ ଯିବା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ କରି ପୋଲିସ ହାତରେ ବନ୍ଧା ହେଲେ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ରସିକିଆ ପ୍ରଧାନଶିକ୍ଷକ ଜି ସନ୍ତୋଷ କୁମାର। ଏଭଳି ଘଟଣା ଜୟପୁର ଟାଉନରେ  ଗୁରୁବାର ଦେଖିବାକୁ ମିଳିଛି। ଗୁରୁବାର ଏକ ବସରେ କୋରାପୁଟର ଜଣେ ମହିଳା ଜୟପୁରରୁ ବୋରିଗୁମ୍ମା ଯାଉଥିଲେ। ସେହି ସମୟରେ ସମ୍ପୃକ୍ତ ପ୍ରଧାନଶିକ୍ଷକ ତାଙ୍କ ପାଖ ସିଟ୍‌ରେ ବସି ମହିଳାଙ୍କୁ ବାରମ୍ବାର ଅସଦାଚରଣ କରିଥିଲେ। ମହିଳା ବାରଣ କରିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବାକୁ ଡସେହି ପ୍ରଧାନ ଶିକ୍ଷକ ପଛାଇନଥିଲେ।

ସମ୍ପୃକ୍ତ ମହିଳା ଜଣକ ଜୟପୁର ଟାଉନ ଥାନାରେ  ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ସେହି ପ୍ରଧାନ ଶିକ୍ଷକଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି। ସେପଟେ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି ଅଦାଲତ ଚାଲାଣ କରାଯିବା ସହ ଶିକ୍ଷାବିଭାଗଙ୍କୁ ଘଟଣା ସମ୍ପର୍କରେ ଜଣାଯାଇଛି ବୋଲି ବୋଲି ଜୟପୁର ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି। ବୋରିଗୁମ୍ମା ଅଞ୍ଚଳରେ ଦୀର୍ଘ ଦିନ ହେବ ଅନେକ ମହିଳା ଓ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଅସଦାଚରଣ କରିଥିବା ନେଇ ପ୍ରଧାନଶିକ୍ଷକଙ୍କ ନାଁରେ ପୂର୍ବରୁ ଅଭିଯୋଗ ରହିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com