ଓଡ଼ିଶା

ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଲା ବିଜେପି

ଭୁବନେଶ୍ୱର, ୨୩/୧୦/୨୦୨୨-   ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କ ସଂପୃକ୍ତି ଓ ଅର୍ଚ୍ଚନା ନାଗ ସହିତ ଶାସକ ଦଳ ବିଧାୟକ ଓ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ଆସନ୍ତା ୩୧ ତାରିଖରେ ନବୀନ ନିବାସ ଘେରିବ ବିଜେପି । ବିଜେପି ପକ୍ଷରୁ ଅହୋରାତ୍ର ଧାରଣା ପ୍ରତିବାଦ ରବିବାର ଶେଷ ହୋଇଥିବା ବେଳେ ୨ ଘଟଣାର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ୪୮ ଘଣ୍ଟାର ସମୟ ଦେଇଛି । ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ୩୧ ତାରିଖରେ ଘଣ୍ଟା ଘଣ୍ଟା ଧରି ନବୀନ ନିବାସ ଘେରାଉ ପାଇଁ ଚେତାବନୀ ଦେଇଛି ଦଳ । ଏହା ପରେ ବି ସରକାର କୌଣସି ପଦକ୍ଷେପ ନ ନେଲେ ସବ ଡିଭିଜନ ସ୍ତରରେ ବିଜେପି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com