ଓଡ଼ିଶା

ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହେଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ, ୨୮/୦୭/୨୦୨୨ – ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ମିଳିଲା ନୂଆ ଦାୟିତ୍ୱ । ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ସାଂସଦ ମାନସ । ବୁଧବାର ଏହାର ସଦସ୍ୟ ଭାବେ ସେ ନିର୍ବାଚିତ ହୋଇଛନ୍ତି ।

ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ସାଂସଦ ଭାବେ ନିର୍ବାଚିତ ହେବା ପରେ ଚଳିତ ଅଧିବେଶନରୁ ସେ ସାଂସଦ ଭାବେ ଯୋଗ ଦେଇଛନ୍ତି । ନୂତନ ସାଂସଦ ଭାବେ ସଫଳତା ମିଳିଥିବାରୁ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଜଣେ ନୂତନ ସାଂସଦ ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ  ନିର୍ବଚିତ ହେବା ରାଜ୍ୟକୁ ଅଧିକ ଗୌରବନ୍ୱିତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com