ଓଡ଼ିଶା

ବାରିପଦା ପୌରପରିଷଦ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ୍, ବିଭିନ୍ନ ପାର୍କର ଆୟ ବ୍ୟୟ ଓ କାର୍ଯ୍ୟ ସମ୍ପର୍କରେ ଖୋଳତାଡ

ବାରିପଦା() ଭିଜିଲାନ୍ସ ପଞ୍ଝାରେ ବାରିପଦା ମ୍ୟୁନିସିପାଲିଟି ଓ୍ବାର୍କ୍ସ ଡିପାର୍ଟମେଣ୍ଟ । ବାରିପଦା ସହରରେ ଥିବା ବିଭିନ୍ନ ପାର୍କର ଆୟବ୍ୟୟ ଏବଂ ପାର୍କର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି । ଭିଜିଲାନ୍ସ ସ୍କାନରରେ ବାରିପଦା ପୌର ପରିଷଦର ଯନ୍ତ୍ରୀ ସଚ୍ଚିଦାନନ୍ଦ ଶତପଥୀଙ୍କ କାର୍ଯ୍ୟାଳୟ । ପୂର୍ବରୁ ଯନ୍ତ୍ରୀଙ୍କ ନାମରେ ଅଭିଯୋଗ ଥିଲା । ମଙ୍ଗଳବାର ବାରିପଦା ଭିଜିଲାନ୍ସ ଟିମ୍ ଏହି କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ବହୁଦିନ ଧରି ବାରିପଦା ପୌରପାଳିକାର କାର୍ଯ୍ୟାଳୟର କାର୍ଯ୍ୟ ଓ କାର୍ଯ୍ୟକାରୀ ଅଧିକାରୀମାନେ ବିବାଦରେ ଥିଲେ ।  ଯାହାଫଳରେ ବାରିପଦା ପୌରପାଳିକା ଅଫିସରେ ଦେଖିବାକୁ ମିଳିଛି ଭିଜଲାନ୍ସ ଟିମ୍ । ସମସ୍ୟା ଅନେକ, କାର୍ଯ୍ୟ ଶୂନ୍ୟ। ଏପରି ଶୂନ୍ୟ କାର୍ଯ୍ୟ ଭିତରେ ପୌରପାଳିକା ଅଧୀନରେ ଥିବା ପାର୍କଗୁଡିକର କାର୍ଯ୍ୟ, କାର୍ଯ୍ୟ ହେଉଥିବା ଟଙ୍କା ଉପରେ ଆଖି ରହିଥିଲା ସମସ୍ତଙ୍କର। ହେଲେ ମୁହଁ ସମସ୍ତଙ୍କର ବନ୍ଦ ଥିଲା। ପାର୍କ ଗୁଡିକ ଉପରେ ଭିଜିଲାନ୍ସ ଟିମଙ୍କ ପ୍ରଶ୍ନ ଘେରରେ ବାରିପଦା ପୌରପାଳିକାର ଅଧିକାରୀ । ତେବେ ପଚରାଉଚରା ଓ ତଦନ୍ତ ଜାରି ରହିଛି। ତେବେ ଏ ବାବଦରେ କେହି ମୁହଁ ଖୋଲିବାକୁ ନାରାଜ। ଭିଜିଲାନ୍ସ ଡିଏସପି ତଦନ୍ତ ଜାରି ରହିଥିବାରୁ କିଛି କହିବାକୁ ମନା କରି ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com