ଜାତୀୟରାଜନୀତି

ଚମ୍ପାୱତ୍‌ରେ ଉତ୍ତରାଖଣ୍ଡ ମୂଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ବାଜିମାତ୍, ୫୪୦୦୦ ଭୋଟ୍‌ରେ ବିଜୟୀ

ନୂଆଦିଲ୍ଲୀ: ଚମ୍ପାୱତ୍ ଉପନିର୍ବାଚନରେ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ୫୪,୦୦୦ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ଗତ ଫେବ୍ରୁଆରି-ମାର୍ଚ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତା ବଜାୟ ରଖିଥିଲା । ମାତ୍ର ଧାମୀ କଂଗ୍ରେସ ପାର୍ଥ୍ରୀଙ୍କ ନିକଟରୁ ପରାସ୍ତ ହୋଇଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭୁବନଚନ୍ଦ୍ର କାପ୍ରିଙ୍କଠାରୁ ୬,୫୭୯ ଭୋଟ୍‌ରେ ପରାସ୍ତ ହୋଇଥିଲେ। ତେବେ ଧାମୀ ମୁଖ୍ୟମନ୍ତ୍ରୀ ଘୋଷଣା ହୋଇଥିବାରୁ ତାଙ୍କୁୁ ୬ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବା ବ୍ୟବସ୍ଥା ରହିଥିଲା । ଏପରି ସ୍ଥିତିରେ ବିଜେପି ପ୍ରାର୍ଥୀ କୈଳାସଚନ୍ଦ୍ର ଗେଠୋରି ମୁଖ୍ୟମନ୍ତ୍ରୀ ଧାମିଙ୍କ ପାଇଁ ନିର୍ବାଚିତ ହେବା ସୁଯୋଗ ଲକ୍ଷ୍ୟ ରଖି ନିଜ ଆସନରୁ ଇସ୍ତଫା ଦେଇଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com