ଓଡ଼ିଶା

ଶୌଚପାଇଁ ଯାଇଥିବା ବେଳେ କଚାଡି ମାରିଲା ଦନ୍ତା ହାତୀ

ଜଳେଶ୍ବର () ଜଳେଶ୍ବର ଅଂଚଳରେ ୩ଟି ଦନ୍ତା ହାତୀର ଉନ୍ମତ କାଣ୍ଡ । ଶୌଚ ପାଇଁ ଯାଇଥିବା ବେଳେ ଜଣକୁ ପାଦରେ ଚାପି ମାରିଲା ହାତୀ । ମୃତକ ଜଣକ ଶିଖରପୁର ପଞ୍ଚାୟତର ଫାଗୁ ହାଂସଦା । ହାତୀକୁ ଘଉଡେଇବାରେ ବନ କର୍ମଚାରୀ ନିୟୋଜିତ ଅଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଶିଖରପୁର ପଞ୍ଚାୟତ ଓ ବରଢିଆ ପଂଚାୟତରେ ୨ଟି ମା ହାତୀ ଓ ଗୋଟିଏ ଦନ୍ତା ହାତୀର ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି ।ଆଜି ଭୋର ପ୍ରାୟ ୪ଟା ସମୟରେ ଗାଁରେ ପଶି ଧାନ, ଚାଉଳ, ମଦ, ହାଣ୍ଡିଆ ଖାଇ ଉନ୍ମତ କାଣ୍ଡ କରିବା ସହିତ ଶିଖରପୁର ପଂଚାୟତ ବ୍ରଜାରଶୋଳ ଗ୍ରାମରେ ଫଗୁ ହାଂସଦା ଶୌଚ ପାଇଁ ଯାଇଥିବା ବେଳେ ତାକୁ କଚାଡି ମାରିଥିଲା । ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ହାତୀ ଘଉଡାଇବାରେ ନିୟୋଜିତ ଥିଲା ବେଳେ ମୃତ ଫଗୁର ପରିବାର କ୍ଷତିପୂରଣ ପାଇଁ ନିବେଦନ କରିଛନ୍ତି ଗ୍ରାମବାସୀ ।

Related Articles

Back to top button
WP Twitter Auto Publish Powered By : XYZScripts.com