ରାଞ୍ଚି: ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଥିବା ଆଇଏଏସ୍ ଅଧିକାରୀ ପୂଜା ସିଙ୍ଘଲ, ଅର୍ଥ ହେରଫେର ମାମଲାରେ ଗିରଫ ହେବା ପରେ ଆଜି ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏହାପୂର୍ବରୁ, ପୂଜା ସିଙ୍ଘଲଙ୍କୁ ଲଗାତାର ଦୁଇ ଦିନ ପଚରାଉଚରା ପରେ ବୁଧବାର ଦିନ ଖୁଣ୍ଟିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ଅର୍ଥ ହେରଫେର ମାମଲାରେ ଗିରଫ ହେବା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ସନାଲ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଥାଉ କି ଯେ ପୂଜା ସିଙ୍ଘଲ ଭାରତୀୟ ପ୍ରଶାସନିକ ସେବାର ୨୦୦୦ ବ୍ୟାଚର ଜଣେ ଅଧିକାରୀ ହୋଇଥିବା ବେଳେ ସେ ଝାଡ଼ଖଣ୍ଡରେ ଖଣି ଏବଂ ଶିଳ୍ପ ସଚିବ ଭାବେ ନିଯୁକ୍ତ ହୋଇଥିଲେ।
Back to top button