ଜାତୀୟମନୋରଞ୍ଜନ

୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଜୁରୀ ହେଲେ ଦୀପିକା ପାଦୁକୋନ୍‌, ଫଟୋ ସେୟାର କରି ଦେଲେ ସୂଚନା

ମୁମ୍ବାଇ() ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମ ଦ୍ୱାରା ‘ବଲିଉଡରେ ଶ୍ରେଷ୍ଠ ଅଭିନେତ୍ରୀ’ ହିସାବରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ‘ଗ୍ଲୋବାଲ୍ ଆଚିଭର୍ସ ଆୱାର୍ଡ ୨୦୨୧’ କୁ ଜିତିଥିଲେ। ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦୀପିକା ଏବେ ୭୫ତମ କାନ୍ସ ଫେଷ୍ଟିଭାଲ୍‌ରେ ଜୁରୀ ହେବାର ସୁଯୋଗ ମିଳିଛି ।  ଏହାର ତାଲିକା ପ୍ରକାଶ ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସାମିଲ ହୋଇପାରିଛନ୍ତି ।

 

View this post on Instagram

 

A post shared by Deepika Padukone (@deepikapadukone)

ଏହି ଫେଷ୍ଟିଭାଲ୍‌ ୧୭ ମଇରୁ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ । ଚଳତି ବର୍ଷ ଦୀପିକାଙ୍କ ବ୍ୟତୀତ ବ୍ରିଟିଶ୍‌ ଷ୍ଟାର ରେବେକା ହଁଲ୍‌ , ନର୍ବର ଫିଲ୍ମ ମେକର୍ସ ଜୋୟାଶିମ୍‌ ଟ୍ରାୟର, ଆମେରିକନ୍ ନିର୍ଦ୍ଦେଶକ ଜେଫ୍‌ ନିକୋଲସ୍‌ , ସ୍ବିଡେନ୍‌ ଷ୍ଟାର ନୋମି ରାପେସ୍‌, ଇରାନ୍‌ର ଫିଲ୍ମ ନିର୍ଦ୍ଦେଶକ ଅସଗର ଫରହାଡି, ଇଟାଲି ଅଭିନେତ୍ରୀ ଜସ୍ମିନ୍‌ ଟ୍ରିଂକା, ଫ୍ରାନ୍ସର ନିର୍ଦ୍ଦେଶକ ଲାଡୋ ଲି ମଧ୍ୟ ସାମିଲ ଅଛନ୍ତି । କହିବାକୁ ଗଲେ ପୂର୍ବରୁ ଦୀପିକା ଅନେକ ସମାରୋହର ରେଡ କାର୍ପେଟ୍‌ରେ ନିଜର ଜଲୱା ଦେଖାଇଛନ୍ତି । କିନ୍ତୁ ଏଥର ଜୁରୀ ଭାବରେ  ନଜର ଆସିବେ । ଏନେଇ ଦୀପିକା ନିଜେ ଇନଷ୍ଟା ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଜୁରୀର ସମସ୍ତ ଫଟୋ ମଧ୍ୟ ସେୟାର କରିଥିଲେ ।

ଦୀପିକା ପାଦୁକୋନ୍ କନ୍ନଡ ଫିଲ୍ମ ‘ଐଶ୍ୱର୍ଯ୍ୟା’ରୁ ତାଙ୍କ ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ । ୨୦୦୭ ମସିହାରେ ହିନ୍ଦୀ ଫିଲ୍ମ ‘ ଓମ୍ ଶାନ୍ତି ଓମ୍ ‘ମାଧ୍ୟମରେ ଏଣ୍ଟ୍ରି କରିଥିଲେ। ଏହି ଭୂମିକା ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଏହା ପରେ ସେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ବାଜିରାଓ ମସ୍ତାନୀ’, ‘ପଦ୍ମାବତ’ ଏବଂ ରାମଲିଲା’ ଏବଂ ‘ପିକୁ’ ଭଳି ଚମତ୍କାର ଫିଲ୍ମ ଦେଇ ଦର୍ଶକ ହୃଦୟ ଜିତିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com