ଅନ୍ୟାନ୍ୟ

୩୦ ବର୍ଷ ଯାଏଁ ସ୍କୁଲ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଶିକ୍ଷକ ଗିରଫ, ସାମନାକୁ ଆସିଲାନି ୭୫ ମାମଲା

ତିରୁଅନନ୍ତପୁରମ:  କେରଳର କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ସ୍କୁଲ ଶିକ୍ଷକଙ୍କ କଳା କାରନାମ ପଦାକୁ ଆସିଛି। କେଭି ଶଶି କୁମାର ତିନି ବର୍ଷ ଯାଏଁ ନିଜ ସ୍କୁଲର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ମାମଲା ଜଣାପଡିବା ପରେ ପକ୍ସୋ ଆଇନରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ମାମଲା ଉପରୁ ସେତେବେଳେ ପରଦା ଉଠିଥିଲା ଯେତେବେଳେ ଅଭିଯୁକ୍ତ ନିଜର ଅବସରରେ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜକୁ ଆଦର୍ଶ ଶିକ୍ଷକ ବୋଲି କହିଥିଲା।

ଅଭିଯୁକ୍ତର ଏହି ସୋସିଆଲ ମିଡିଆ ପୋଷ୍ଟ ପରେ ପୀଡିତ ଛାତ୍ରୀମାନେ ଏହାର କଳା କାରନାମାର ଉଜାଗର କରିଥିଲେ। ବର୍ତ୍ତମାନ ସୁଦ୍ଧା ୭୫ ମାମଲା ସାମନାକୁ ଆସିସାରିଛି । ତେବେ ୫୦୦ରୁ ଅଧିକ ଛାତ୍ରୀଙ୍କୁ ଶୋଷଣ କରାଯାଇଥିବା ଆଂଶଙ୍କା ପ୍ରକାଶ କରାଯାଉଛି। ଶଶି କୁମାର ମଲପ୍ପପୁରମରେ କମ୍ୟୁନିଷ୍ଟର କର୍ପୋରେଟର ଥିଲେ। ଏହାସହ ଅନୁଦାନିତ ସ୍କୁଲରେ ୩୮ ବର୍ଷ ଯାଏଁ ଶିକ୍ଷକ ଥିଲେ।

ଶଶି କୁମାର ସ୍କୁଲର ଉଚ୍ଚ ପ୍ରାଥମିକ ବିଭାଗରେ ପଢାଉଥିଲା। ଏହି ୩୦ ବର୍ଷରେ ସେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଜଣେ ୧୯୮୮ ବ୍ୟାଚର ଛାତ୍ରୀ କହିଛନ୍ତି, ଶଶି କୁମାର ପ୍ରତ୍ୟେକ ଶ୍ରେଣୀରେ ୫ରୁ ୬ ଜଣ ବାଳିକାଙ୍କ ସହ କ୍ରୁରତା କରୁଥିଲା। ସ୍କୁଲରେ ଅଭିଯୋଗ ମଧ୍ୟ କରିଥିଲୁ, କିନ୍ତୁ କିଛି ହୋଇ ନଥିଲା।

Related Articles

Back to top button