ଓଡ଼ିଶା

ସୀଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ, ଦୁଇ ମୃତ, ୯ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥିଆମୂଳ ରାମପୁର ସୀଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଏକ ପିକ୍ଅପ୍ ଭ୍ୟାନ ଓଲଟି ପଡ଼ିଛି । ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହେଇଛନ୍ତି l ଦୁଇ ମୃତକଙ୍କ ପରିଚୟ ମିଳିନଥିବା ବେଳେ ୯ ଗୁରୁତରଙ୍କୁ କଲମପୁର ମେଡିକାଲରେ ଭର୍ତ୍ତି କରାଯାଇଛି l

ଥୁଆମୂଳ ରାମପୁର ସିନ୍ଧି ପଦର ପଞ୍ଚାୟତରୁ ପିଡିଏସ ଚାଉଳ ଆଣି ଫେରୁଥିବା ବେଳେ କଲମପୁର ସୀଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ଭ୍ୟାନଟି ଓଲଟି ପଡିଥିଲା । ଗୁରୁତରଙ୍କ ମଧ୍ୟରେ ୨ ପୁରୁଷ  ଏବଂ ୭ ମହିଳା ଥିବାର ସୂଚନା ମିଳିଛି । ସମସ୍ତେ ବାର୍ଶିକୋନା ଗାଁର ବୋଲି ଜଣାପଡ଼ିଛି l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତ ଓ ମୃତକଙ୍କୁ ଉଦ୍ଧାର କରିଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି l

Related Articles

Back to top button
WP Twitter Auto Publish Powered By : XYZScripts.com