ଓଡ଼ିଶା

ଓଡିଶାକୁ ଶୀଘ୍ର ଆସିବ ମୌସୁମୀ ! ; ଚଳିତ ବର୍ଷ ୬ ଦିନ ଆଗରୁ ପହଞ୍ଚିଛି ମୌସୁମୀ

ଭୁବନେଶ୍ବର: ମୌସୁମୀ ବାୟୁ ପ୍ରବେଶ ନେଇ ଏ ବର୍ଷ ଓଡିଶା ପାଇଁ ରହିଛି ଖୁସି ଖବର । ମୌସୁମୀ ବାୟୁ ଚଳନ ନେଇ ରହିଥିବା ପ୍ରକ୍ରିୟାର 6 ଦିନ ପୂର୍ବରୁ ଓଡିଶାକୁ ଏହା ଆସିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଭାଗ । ସାଧାରଣତଃ ପ୍ରତିବର୍ଷ ଜୁନ୍ ୧୨ ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁଥାଏ ମୌସୁମୀ ବାୟୁ । ଚଳିତବର୍ଷ ୬ ଦିନ ପୂର୍ବରୁ ମୌସୁମୀ ବାୟୁ ଆଣ୍ଡାମାନରେ ପହଞ୍ଚିଛି । ଯାହା ଫଳରେ ଓଡ଼ିଶାକୁ ମଧ୍ୟ ଶୀଘ୍ର ଆସିପାରେ ବୋଲି କୁହାଯାଉଛି ।

ମେ’ ୧୬ ତାରିଖରେ ଆଣ୍ଡାମାନ ଦ୍ବୀପପୁଞ୍ଜରେ ପ୍ରବେଶ କରିଛି ମୌସୁମୀ। ସାଧାରଣତଃ ଏହା ମେ’ ୨୨ ତାରିଖ ବେଳକୁ ଆଣ୍ଡାମାନ ଛୁଇଁଥାଏ।

ତେବେ ଚଳିତବର୍ଷ ଏହା ୬ ଦିନ ଆଗରୁ ପହଞ୍ଚିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆଣ୍ଡାମାନ ସାଗରର ଅବଶିଷ୍ଟାଂଶ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି । ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ନିକଟରେ ମୌସୁମୀ ବାୟୁ ପହଞ୍ଚିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com