ଓଡ଼ିଶା

ପୋଲିସ ପଞ୍ଝାରେ ୨ କୁଖ୍ୟାତ ଲୁଟେରା, ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ

ଭୁବନେଶ୍ବ: କମିଶନରେଟ ପୋଲିସ ପଞ୍ଝାରେ ଦୁଇ କୁଖ୍ୟାତ ଲୁଟେରା । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ସେମାନଙ୍କୁ ପଚରାଉଚରା କରୁଛି ପୋଲିସ ।

ଖବର ଅନୁଯାୟୀ, ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଲୁଟେରା । ଏନେଇ ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଗତ କିଛି ଦିନ ହେଲା ପୋଲିସ ଲଗାତର ଭାବେ ଏହି ଲୁଟେରାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଶେଷରେ ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ କାବୁ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com