ଓଡ଼ିଶା

ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି । ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣି ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ । ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାଇ ପରେ ବିମଳା ମନ୍ଦିରକୁ ଯାଆନ୍ତି । ଶ୍ରୀଦେବୀ ବିମଳାଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ମଦନମୋହନ ଶ୍ରୀଦେବୀଙ୍କୁ ରୁକ୍ମିଣୀ ହରଣ କରିଥାନ୍ତି । ପଂକ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ । ସେପଟେ ରଥଖଳାରେ ସମୟ ପୂର୍ବରୁ ରଥ କାମ ଶେଷ ହେବ ବୋଲି ଆଶା କରାଯାଉଛି । ତିନି ଦିନ ପୂର୍ବରୁ ତିରି ରଥର ଚାରିନାହାକା ଉଠି ସାରିଛି । ସେପଟେ ଦେବସ୍ନାନ ପୂର୍ଣ୍ଣିମାରେ ସାଧାରଣ ଦର୍ଶନ ବ୍ୟବସ୍ଥା ନେଇ ସବୁ ପ୍ରସ୍ତୁତି ସାରିଛି ପ୍ରଶାସନ ।

Related Articles

Back to top button
WP Twitter Auto Publish Powered By : XYZScripts.com