ନୂଆଦିଲ୍ଲୀ : ବିଶ୍ବର ଅନେକ ଦେଶରେ ଲୋକ ‘ମଙ୍କିପକ୍ସ’ ରୋଗରେ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ଡାକ୍ତରମାନେ ଏହି ରୋଗକୁ ନେଇ ବଡ ଖୁଲାସା କରିଛନ୍ତି । ଏହି ରୋଗ ବ୍ୟାପିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଶାରିରୀକ ସମ୍ପର୍କ ଏହି ମାରାତ୍ମକ ରୋଗ ବିସ୍ତାରର ଏକ ବଡ କାରଣ ହୋଇପାରେ । ଯଦି ଆପଣ ‘ମଙ୍କିପକ୍ସ’ରେ ପୀଡିତ କୌଣସି ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଆପଣ ମଧ୍ୟ ଏହି ରୋଗରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ‘ମଙ୍କିପକ୍ସ’ ଚିକେନ୍ ପକ୍ସ ଭଳି ଏକ ପକ୍ସ । ‘ମଙ୍କିପକ୍ସ’ର ଲକ୍ଷଣ ଯେପରିକି ବେକ, ପିଠି ଏବଂ ମୁଣ୍ଡରେ ଯନ୍ତ୍ରଣା ହେବା, ଜ୍ବର ଆସିବା, କମ୍ପ ଲାଗିବା, ଥକ୍କା ଲାଗିବା ଏବଂ ଶରୀରରେ ଛୋଟ ଛୋଟ ଚିହ୍ନ ଦେଖିଯିବା ଇତ୍ୟାଦି ।
Back to top button