ଜାତୀୟମନୋରଞ୍ଜନ

ବଲିଉଡ୍‌ରେ ଡେବ୍ୟୁ କରିବେ ସନ୍ନି ଦେଓଲଙ୍କ ସାନ ପୁଅ, ଏହି ଅଭିନେତ୍ରୀଙ୍କ ଝିଅ ସହ ରୋମାନ୍ସ କରୁଥିବାର ଆସିବେ ନଜର

ନୂଆଦିଲ୍ଲୀ: ବଡବଡ କଳାକାରଙ୍କ ଷ୍ଟାର କିଡ୍‌ମାନଙ୍କର ପାଇଁ ବଲିଉଡରେ ଏଣ୍ଟ୍ରି କରିବା କୌଣସି ବଡ କଥା ନୁହେଁ। ବର୍ତ୍ତମାନ ଜଣେ ପରେ ଜଣେ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାରେ ଲାଗିଛନ୍ତି। ଏହି ତାଲିକାରେ ଆଉ ଦୁଇ ଜଣଙ୍କ ନାମ ଯୋଡା ଯାଇଛି । ଖୁବ୍ ଶୀଘ୍ର ସନ୍ନି ଦେଓଲଙ୍କ ସାନପୁଅ ରାଜ୍‌ବୀର ଦେଓଲ୍ ଏବଂ ଭେଟେରାନ୍ ତଥା ସୁନ୍ଦରୀ ଅଭିନେତ୍ରୀ ପୁନମ୍‌ ଦିଲୋନ୍‌ଙ୍କ ଝିଅ ପାଲୋମା ମଧ୍ୟ ଇଣ୍ଡଷ୍ଟ୍ରିରେ ନିଜର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସବୁଠାରୁ ବଡ କଥା ହେଉଛି ଉଭୟଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଖବର ଶୁଣି ବର୍ତ୍ତମାନ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି ।

 

View this post on Instagram

 

A post shared by Paloma 🧿 (@palomathakeriadhillon)

କହିବାକୁ ଗଲେ ରାଜଶ୍ରୀ ପ୍ରଡକ୍ସନ୍ସ ତାଙ୍କର ଆଗାମୀ ଫିଲ୍ମ ପାଇଁ ରାଜ୍‌ବୀରଙ୍କୁ ଫାଇନାଲ୍‌ କରିସାରିଛନ୍ତି, କିନ୍ତୁ ଦୀର୍ଘ ଦିନ ଧରି ସେମାନେ ଲିଡ୍‌ ରୋଲ୍‌ ପାଇଁ ଅଭିନେତ୍ରୀର ଅପେକ୍ଷାରେ ଥିଲା । ତାହା ବର୍ତ୍ତମାନ ତାହା ଶେଷ ହୋଇଛି। ପାଲୋମାଙ୍କୁ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଭାବରେ ବାଛିଚନ୍ତି । ତେବେ ଏହି ଫିଲ୍ମର ଟାଇଟଲ୍ ବର୍ତ୍ତମାନ ସୁଦ୍ଧା ପ୍ରକାଶ କରାଯାଇ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଚଳଚ୍ଚିତ୍ରର ଶୁଟିଂ ଚଳିତ ବର୍ଷ ଜୁଲାଇରୁ ଆରମ୍ଭ ହେବ। କୁହାଯାଉଛି ଯେ ପାଲୋମା ଏବଂ ରାଜ୍‌ବୀରଙ୍କ ସହ ରାଜଶ୍ରୀ ପ୍ରଡକ୍ସନ୍ସ ମଧ୍ୟ ସେମାନଙ୍କ ସହ କାମ କରିବାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ନିର୍ଦ୍ଦେଶକ ଅବନିଶ କହିଛନ୍ତି, ‘ପାଲୋମା ତାଙ୍କ ଭୂମିକା ପାଇଁ ସମ୍ପୂର୍ଣ୍ଣ ଫିଟ୍। ସେ ଜଣେ ଅଦ୍ଭୁତ କଳାକାର । ପାଲୋମା ଏବଂ ରାଜ୍‌ଭୀରଙ୍କ କେମେଷ୍ଟ୍ରି ପରଦାରେ ଜବରଦସ୍ତ ଜମିବ ବୋଲି ପ୍ରକାଶ କରିଛନ୍ତି ।

ଏହାକୁ ନେଇ ପୁନମ୍‌ ତାଙ୍କ ଝିଅର ଫଟୋ ସେୟାର କରି ଝିଅକୁ ଶୁଭେଚ୍ଛା ଜଣାଇଛନ୍ତି। କ୍ୟାପସନ୍‌ରେ ଲେଖିଛନ୍ତି କି ଭଗବାନ୍‌ ତୁମକୁ ଆଶୀର୍ବାଦ କରନ୍ତୁ। ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ତୁମ ପାଇଁ ବହୁତ ଗର୍ବିତ ।ପୁନମ୍‌ଙ୍କ ଏହି ପୋଷ୍ଟ୍ ସେୟାର୍ କରିବା ମାତ୍ରେ ବଲିଉଡ ସେଲିବ୍ରିଟିମାନଙ୍କ ତାଙ୍କ ଝିଅଙ୍କୁ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି

Related Articles

Back to top button
WP Twitter Auto Publish Powered By : XYZScripts.com