ରାଜନୀତି

ପ୍ରଭେଶ ବର୍ମା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଚଳିତ ଦିଲ୍ଲୀ ବିଧାନସଭାରେ ଆପକୁ ହରାଇ ବାଜିମାତ କରିଛି ବିଜେପି। ତେବେ ବିଜେପି କ୍ଷମତା ଦଖଲ କରିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ ହେବ ଏପର୍ଯ୍ୟନ୍ତ ବି ଲାଗିରହିଛି ସସ୍ପେନସ କିନ୍ତୁ ଏହାରି ଭିତରେ ପ୍ରଭେଶ ବର୍ମା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ହେଉଛି। ତାଙ୍କ ନାମକୁ ନେଇ ବିଜେପି ଓ ଆରଏସଏସ ମଧ୍ୟରେ ସହମତ ଥିବା ବିଶ୍ବସ୍ତ ସୁତ୍ରରୁ ଜଣାପଡ଼ିଛି। ନୂଆଦିଲ୍ଲୀ ଆସନରୁ ଆପର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିବାରୁ ପ୍ରଭେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ପ୍ରାର୍ଥୀ ଭାବେ ବିବେଚନା କରାଯାଉଛି ।

ନିର୍ବାଚନ ସମୟରେ ଯମୁନା ପ୍ରସଙ୍ଗକୁ ସେ ଗୁରୁତ୍ୱର ସହ ଉଠାଇ ଥିଲେ ଏବଂ କେଜ୍ରିୱାଲଙ୍କୁ ତାଙ୍କ ଅଞ୍ଚଳରେ ହିଁ ଘେରିଥିଲେ। ବିଜେପି ତାଲିକାରେ ନିଜ ନାମ ଘୋଷଣା ହେବା ପୂର୍ବରୁ ସେ ନୂଆଦିଲ୍ଲୀ ଆସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏଥିରୁ ତାଙ୍କୁ ଫାଇଦା ମିଳିଥିଲା ଏବଂ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ବିଜୟ ହାସଲ କରିଥିଲେ। ଅନ୍ୟପଟେ ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ ପ୍ରଭେଶ ବର୍ମା ହିଁ ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତାଙ୍କ ନାଁରେ ଦଳର ଶୀର୍ଷ ନେତୃତ୍ୱଙ୍କ ଭରସା ଥିବା କୁହାଯାଉଛି।

 

 

Related Articles

Back to top button
WP Twitter Auto Publish Powered By : XYZScripts.com