ଜାତୀୟଭାଇରାଲ୍ ଭିଡିଓ

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ, ୮୦ ବର୍ଷରେ ବାର୍‌ବେଲ ଉଠାଇଲେ ଜେଜେମା

ଇଚ୍ଛା ଶକ୍ତି ଦୃଢ ଥିଲେ କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ । ଏପରିକି ବୟସ ମଧ୍ୟ ବାଧକ ସାଜେ ନାହିଁ । ଶୋସାଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓରୁ ଏହାର ପ୍ରମାଣ ମିଳିଛି । ଯେଉଁଥିରେ ଜଣେ ୮୦ ବର୍ଷ ବୟସରେ ‘ଜେଜେମା’ ଡେଡଲିଫ୍ଟ କରୁଛନ୍ତି । ଏହି ଭିଡିଓ ଦେଖି ଉପଭୋକ୍ତାମାନେ ‘ଜେଜେମା’ଙ୍କ ସାହସକୁ ପ୍ରଶଂସା କରୁଛନ୍ତି । ବୃଦ୍ଧ ମହିଳାଙ୍କୁ ତାଙ୍କ ନାତି ଚ୍ୟାଲେଞ୍ଜ ଦେଇଥିଲେ ଏବଂ ସେ ଏହାକୁ ଗ୍ରହଣ କରିଥିଲେ । ୮୦ ବର୍ଷ ବୟସରେ ‘ଜେଜେମା’ର ଶକ୍ତି ଦେଖି ନାତି ମଧ୍ୟ ଆଶ୍ଚର୍ଯ୍ୟ । ହୋଇଯାଇଥିଲେ । ପ୍ରଥମ ଭିଡିଓରେ, ‘ଜେଜେମା’ ଛାତ ଉପରେ ବାରବେଲ୍ ଉଠାଉଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com