ଜାତୀୟଭାଇରାଲ୍ ଭିଡିଓ

ଏଣିକି ହ୍ୱାଟ୍ସଆପ୍‌ରେ ଡାଊନଲୋଡ଼ ହେବ ଜରୁରୀ ଡ଼କ୍ୟୁମେଣ୍ଟ,ହ୍ୱାଟ୍ସଆପ ସହିତ ସହଭାଗିତା କରିଲା MyGov

MyGov ହେଲ୍ପଡେସ୍କ ବ୍ୟବହାର କରି ହ୍ୱାଟସ୍‌ଆପ ବ୍ୟବହାରକାରୀମାନେ ବର୍ତ୍ତମାନ ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍ ସାର୍ଟିଫିକେଟ୍, ଯାନ ପଞ୍ଜୀକରଣ, ବୀମା ପଲିସି , ମାର୍କସିଟ୍ ଆଦି ପାଇପାରିବେ । ଏହି ସବିଶେଷ ତଥ୍ୟ ପାଇବାକୁ ଉପଭୋକ୍ତାମାନଙ୍କୁ ହ୍ୱାଟସ୍‌ଆପ ନମ୍ବର +୯୧ ୯୦୧୩୧୫୧୫୧୫ କୁ ‘ନମସ୍ତେ’ କିମ୍ବା ‘ହାଏ’ କିମ୍ବା ‘ଡିଜିଲୋକର୍’ ପଠାଇବାକୁ ପଡିବ । ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମରେ ନୂତନ ଡିଜିଲକର୍ ସେବା ପ୍ରଦାନ କରିବାକୁ ହ୍ୱାଟସ୍‌ଆପ ସହିତ MyGov ସହଭାଗୀ ହୋଇଛି । ହ୍ୱାଟସ୍‌ଆପରେ MyGov ହେଲ୍ପଡେସ୍କ ସହିତ ସରକାରୀ ସେବାକୁ ସୁଗମ, ଅନ୍ତର୍ଭୂକ୍ତ, ସ୍ୱଚ୍ଛ ଏବଂ ସରଳ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ “ସହଜ ଜୀବନଯାପନ” କୁ ପ୍ରୋତ୍ସାହିତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com