ଜାତୀୟ

ମାଙ୍ଗାଲୋର ଜୁମା ମସଜିଦ ତଳୁ ବାହାରିଲା ହିନ୍ଦୁ ମନ୍ଦିର

କର୍ଣ୍ଣାଟକ: ବାରଣାସୀର ଜ୍ଞାନବ୍ୟାପୀ ହେଉ କିମ୍ବା ଦିଲ୍ଲୀର କୁତବମିନାର ପୁରାତନ ମସଜିଦ ତଳୁ ହିନ୍ଦୁ ମନ୍ଦିରର ଅବସ୍ଥିତି ନେଇ ପ୍ରମାଣ ମିଳି ଚାଲିଛି । ଏହି କ୍ରମରେ କର୍ଣ୍ଣାଟକ ମାଙ୍ଗାଲୋର ମଲାଲି ସ୍ଥିତ ଜୁମା ମସଜିଦକୁ ନେଇ ଆରମ୍ଭ ହୋଇଛି ବିବାଦ । ଏପ୍ରିଲ ୨୧ ତାରଇଖରେ ମସଜିଦର ନବୀକରଣ କରାଯିବା ଅବସରରେ ଏହାର ତଳ ଭାଗରୁ ଏକ ହିନ୍ଦୁ ମନ୍ଦିରର ବାସ୍ତୁଶିଳ୍ପ ଦେଖିବାକୁ ମିଳିଥିଲା । ମସଜିଦ ହେବା ପୂର୍ବରୁ ଏହା ହିନ୍ଦୁ ମାନଙ୍କର ମନ୍ଦିର ଥିଲା ବୋଲି ହିନ୍ଦୁ ସଙ୍ଗଠନ ଦାବି କରୁଛି । ମସଜିଦର ୫୦୦ ମିଟର ପରିସର ମଧ୍ୟରେ ୧୪୪ ଧାରା ଲାଗୁ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାକୁ ନେଇ ଜୁମା ମସଜିଦର ଦସ୍ତାବିଜ୍ ଯାଞ୍ଚ କରି ଏହାର ବାସ୍ତବତା ଖୋଜିବାକୁ ହିନ୍ଦୁ ସଙ୍ଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଅପିଲ କରାଯାଇଛି । ସଠିକ ତଥ୍ୟ ଜଣାପଡିବା ପର‌୍ୟ୍ୟ ନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com