ଜାତୀୟମନୋରଞ୍ଜନ

କରଣ ଜୋହରଙ୍କ ପାର୍ଟିରେ ଲଭ୍‌ ବାର୍ଡ: ହ୍ରିତିକ୍‌-ସବାଙ୍କ ସହ ନଜର ଆସିଲେ ସୁଜେନ୍‌-ଆର୍ସଲାନ୍

ନୂଆଦିଲ୍ଲୀ:  ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ଡେଟିଂ ଖବର ବର୍ତ୍ତମାନ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବି-ଟାଉନ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଦୁହିଁଙ୍କୁ ଏକାଠି ବହୁ ଥର ଦେଖିବାକୁ ମିଳୁଛି। ପରସ୍ପରର ପରିବାର ସହିତ ସମୟ ବିତାଉଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଖୁବ୍‌ ଭାଇରାଲ୍‌ ହେଉଛି। ଏସବୁକୁ ଦେଖିବା ପରେ ବର୍ତ୍ତମାନ ସବା ଓ ହ୍ରିତିକଙ୍କ ସମ୍ପର୍କକୁ ବୋଧ ହୁଏ ଏକ ପ୍ରକାରର ନିଶ୍ଚିତ କରିଛନ୍ତି।

 

View this post on Instagram

 

A post shared by Manav Manglani (@manav.manglani)

 ହ୍ରିତିକ -ସବା ଦୁହେଁ ଏକାଠି ପୋଜ୍‌ ଦେଇ ଫଟୋ ଉଠାଉ ଥିବାର ନଜର ଆସିଥିଲେ । ଏହି ସବୁକୁ ଦେଖିବା ପରେ ହ୍ରିତିକ୍ ସବାଙ୍କ ସହ ତାଙ୍କର ସମ୍ପର୍କକୁ ଖୋଲାଖୋଲି ଭାବେ ପ୍ରକାଶ କରୁଛନ୍ତି। ହ୍ରିତିକ କଳା ରଙ୍ଗର ସୁଟ ପିନ୍ଧିଥିବା ବେଳେ ସବା ମଧ୍ୟ କଳା ରଙ୍ଗର ପୋଷାକ ପିନ୍ଧିଥିଲେ । ଏତିକି ହିଁ ନୁହେଁ ତାଙ୍କ ପୂର୍ବରୁ ପୂର୍ବତନ ପତ୍ନୀ ସୁଜେନ୍ ମଧ୍ୟ ତାଙ୍କ ପ୍ରେମିକା ଆର୍ସଲାନ ଗୋନିଙ୍କ ସହ ପାର୍ଟୀରେ ପହଞ୍ଚିଥିଲେ। ଯାହାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି । ତାଙ୍କ ଫ୍ୟାନ୍ସ ଫଲୋର୍ସମାନେ ଫଟୋରେ ଅନେକ କମେଣ୍ଟ ମଧ୍ୟ କରୁଛନ୍ତି । ଏହା ପୂର୍ବରୁ ହ୍ରିତିକ୍, ସବା ଏବଂ ସୁଜେନ ଆର୍ସଲାନ୍ ଗୋଆର ଏକ ପାର୍ଟୀକୁ ମଧ୍ୟ ଯାଇଥିଲେ।

ହ୍ରିତିକଙ୍କ ବୃତ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ‘ୱାର’ ଫିଲ୍ମରେ ଦେଖିବାକୁ ମିଳିଥିଲା ​​। ଏହି ଫିଲ୍ମରେ ତାଙ୍କ ସହ ଟାଇଗର ଶ୍ରଫ୍ ମୁଖ୍ୟ ଭୂମିକାରେ ଥିଲେ। କିନ୍ତୁ ତାଙ୍କର ଆଗକୁ ଅନେକ ଫିଲ୍ମ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com