କାମାକ୍ଷାନଗର : ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ ଅଫିସର କନିଷ୍ଠ କିରାଣୀ ଜୀବାନନ୍ଦ ଶତପଥୀ । ଇନ୍କମ୍ ଟ୍ୟାକ୍ସ ବିଲ୍ କମାଇବା ପାଇଁ ନେଉଥିଲେ ଲାଞ୍ଚ । କନ୍ତିଓକାଟେଣୀ ସିଦ୍ଧାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ନାୟକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ କିରାଣୀ । ଏହି ସମୟରେ ରେଡ଼୍ କରିଥିଲା ଭିଜିଲାନ୍ସ । ବର୍ତମାନ ତାଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ଟିମ ।
Back to top button