ଓଡ଼ିଶା

ଗୁରୁବାର ଅନୁଷ୍ଠିତ ହେବ ୭୩ ତମ ରାଜ୍ୟ ସ୍ତରୀୟ ବନ ମହୋତ୍ସବ, ଅପରାଜିତାଙ୍କୁ ଅଣଦେଖା

 ଭୁବନେଶ୍ୱର, ୦୭/୦୭/୨୦୨୨ – ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ବରମୁଣ୍ଡା ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଯାଉଛି ୭୩ ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାମ୍ମନିତ ଅତିଥି ଭାବେ ମନ୍ତ୍ରୀ ପ୍ରଦୀପ ଅମାତ, ଅଶୋକ ପଣ୍ଡା, ଦୁଇ ବିଧାୟକ ଏବଂ ଭୁବନେଶ୍ୱର ମେୟରଙ୍କୁ ନିମନ୍ତ୍ରଣ ହୋଇଛି । ହେଲେ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ସ୍ଥାନୀୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ତ ଦୂରର କଥା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମଧ୍ୟ ଦିଆଯାଇନି । ଏପରିକି ସ୍ଥାନୀୟ ବିଜେପି କର୍ପୋରେଟରଙ୍କୁ ମଧ୍ୟ ଡକାଯାଇନି । ଏହାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିବା ସହ ସିଧା ରାଜ୍ୟ ସରକାରଙ୍କୁ ଟାଗେର୍ଟ କରି କହିଛନ୍ତି- ରାଜ୍ୟ ସରକାର ଅସୁରକ୍ଷିତ ମନେ କରୁଛନ୍ତି ନା ଭୟ କରୁଛନ୍ତି ? ଜଣେ ସାଂସଦଙ୍କ ପ୍ରତି ଏପରି ବ୍ୟବହାର କରିବା ରାଜ୍ୟ ସରକାରଙ୍କ ହୀନମାନସିକତା ନା ଅହଂକାର ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନିମନ୍ତ୍ରଣ ନଥିଲେ ମଧ୍ୟ ଅପରାଜିତା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କହିଛନ୍ତି । ସେପଟେ ଅପରାଜିତାଙ୍କ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।

Related Articles

Back to top button
WP Twitter Auto Publish Powered By : XYZScripts.com