ଭୁବନେଶ୍ବର: ସୁପ୍ରିମ କୋର୍ଟଙ୍କ ରହିତା ଦେଶ ସତ୍ତ୍ୱେ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ଏସଏସବିର ଅଣଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତିକୁ ନେଇ ୟୁଜିସି କ୍ଷୋଭ ପ୍ରକାଶ କରିଛି । ଯଦି ସରକାର ଏଥିରୁ ବିରତ ନ ହୁଅନ୍ତି ତେବେ ଆମେ କଣ୍ଟେମ୍ପଟ ପିଟିସନ ଦାଖଲ କରିବୁ ବୋଲି କହିଛନ୍ତି ପିଟିସନର୍ ପ୍ରଫେସର ଅଜିତ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଏହି (ସଂଶୋଧନ) ଅଧିନିୟମ ବିରୁଦ୍ଧରେ ପୂର୍ବତନ ବିଶ୍ୱବିଦ୍ୟାଳୟ କୁଳପତି, ଅବସରପ୍ରାପ୍ତ ଅଧ୍ୟାପକ, ପ୍ରଫେସରମାନେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଅବମାନନା କରି ରାଜ୍ୟ ସରକାର ଏବଂ ଓପିଏସସି ନିଯୁକ୍ତି ପ୍ରକ୍ରିୟା ତଥା ଅନ୍ୟାନ୍ୟ ପଦକ୍ଷେପ ଜାରି ରଖିଥିବାରୁ ଆମେ ସୁପ୍ରିମକୋର୍ଟରେ ଏକ ଅବମାନନା ଆବେଦନ ଜାରି ରଖିଛୁ। ଅପରାଜିତ ଅଧିନିୟମ ଅନୁଯାୟୀ କରାଯାଇଥିବା ସମସ୍ତ ନିଯୁକ୍ତିକୁ ଅବୈଧ ଘୋଷଣା କରିବାକୁ ଆମେ ଏକ ଆବେଦନ ଉପରେ ମଧ୍ୟ ବିଚାର କରୁଛୁ ବୋଲି ସେ କହିଛନ୍ତି ।
Back to top button